କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ, ସିଏଏ ଓ ଏନଆରସି ବିରୋଧରେ ଦିଲ୍ଲୀର ସାହିନ ବାଗରେ ଚାଲିଥିବା ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଜି ଏ ନେଇ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରଦର୍ଶନକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ସିଧା ମନା କରିଦେଇଛନ୍ତି । ତେବେ କୋର୍ଟ କହିଛନ୍ତି, ଅନିର୍ଦ୍ଦିଷ୍ଟକାଳୀନ ଯାଏଁ ରାସ୍ତାରୋକ ହୋଇପାରିବ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ହେବ। କୋର୍ଟ ଆହୁରି କହିଛନ୍ତି, ଯଦି ଏତେଦିନ ଯାଏଁ ଅପେକ୍ଷା କରାଯାଇଛି ତାହା ହେଲେ ଆଉ ସପ୍ତାହେ ବି ଅପେକ୍ଷା କରାଯାଇପାରେ ।
୩ ଜଣ ବିଚାରପତିକୁ ନେଇ ଗଠିତ ଖଣ୍ଡପୀଠ କହିଚନ୍ତି, ମାମଲାରେ ପୁଲିସ ଓ ସରକାରକୁ ପକ୍ଷଭୁକ୍ତ କରାଯାଇଛି । ସେମାନଙ୍କ ପକ୍ଷ ବି ଶୁଣିବା ଜରୁରୀ । ଦିଲ୍ଲୀ ସାହିନବାଗରେ ଦୀର୍ଘଦିନ ହେଲା ସିଏଏ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସ୍ଥାନୀୟ ଲୋକେ ରାସ୍ତା ବି ବନ୍ଦ କରିଦେଇଛନ୍ତି । ମହିଳା ଓ ଛୋଟପିଲା ବି ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଦିଲ୍ଲୀ ନିର୍ବାଚନରେ ଏହାକୁ ସବୁଦଳ ପ୍ରସଙ୍ଗ ବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/8bfe2ed8-2092-49eb-9459-f1b7705a3771.jpg)
/kanak/media/post_attachments/wp-content/uploads/2020/02/Shaheen-1580263656-300x200.jpg)