ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଦେହଜୀବୀଙ୍କ ପାଖରେ ବି ରହିଛି ନା କାହିବାର ଅଧିକାର 

Advertisment
ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଦେହଜୀବୀଙ୍କ ପାଖରେ ବି ରହିଛି ନା କାହିବାର ଅଧିକାର 

source : google

ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ନେଇ ସୁପ୍ରିମକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଣିକି ଆଉ ଦେହଜୀବୀଙ୍କ ସହ ବି ସେମାନଙ୍କ ଇଚ୍ଛା ବିରୁଦ୍ଧରେ କେହି ବଳପୂର୍ବକ ସଂପର୍କ କରିପାରିବେ ନାହିଁ। ଏପରି କଲେ ସେମାନେ ଆଇନର ସହାୟତା ନେଇପାରିବେ। ୨୦୦୯ ମସିହାରେ ଦିଲ୍ଳୀ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିବା ସହ ନିମ୍ନ ଅଦାଲତ ୪ ଜଣ ଦୋଷୀଙ୍କୁ ଦଶ ବର୍ଷ ତଳେ ଶୁଣାଇଥିବା ଜେଲ୍ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

publive-image

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ଦେହଜୀବୀ ହୋଇଥିଲେ ବି ଜଣେ ମହିଳାଙ୍କ ନିକଟରେ କାହା ସହ ଶାରୀରିକ ସଂପର୍କ ରଖିବା ବା ନରଖିବାର ଅଧିକାର ରହିଛି। ସେ ନିଜ ଇଚ୍ଛା ମୁତାବକ ଶାରୀରିକ ସଂପର୍କ ସ୍ଥାପନ କରିପାରିବେ। ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ।

publive-image

ବିଚାରପତି ଆର୍.ଭାନୁମତୀ ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ  ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଯାହାକୁ ଖରାପ ଚରିତ୍ରର ମହିଳା ବୋଲି ସମାଜ ବିବେଚନା କରେ ସେମାନଙ୍କ ସହ ବି କେହି ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe