କନକ ବ୍ୟୁରୋ: ଜୁଲାଇ ପହିଲାରୁ ଆୟକର ରିଟର୍ଣ୍ଣ ଭରିବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବ । ଏଥିସହ ପ୍ୟାନ୍ କାର୍ଡ ଆବେଦନ ପାଇଁ ମଧ୍ୟ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯିବ ବୋଲି ସିବିଡିଟି କହିଛି । ସେହିପରି କୌଣସି ବ୍ୟକ୍ତିଙ୍କ ଆଧାର ନଥିଲେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସେମାନଙ୍କୁ ସାମୟିକ ରିହାତି ଦିଆଯାଇଛି ।
ଯେଉଁମାନଙ୍କ ଆଧାର ନାହିଁ କିମ୍ବା ଗୋପନୀୟତା ନରହିବା କାରଣରୁ ଏହି କାର୍ଡ ଏବେ ନକରନ୍ତି ସେମାନଙ୍କ ପାନ୍ କାର୍ଡ ବାତିଲ ହେବ ନାହିଁ । ଏହାବ୍ୟତୀତ ପାନ୍ ନମ୍ବର ଉଲ୍ଲେଖ କରିନପାରିବାରୁ ଆୟକର ବିଭାଗ ପକ୍ଷରୁ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ସେଥିରୁ ମଧ୍ୟ ସେମାନଙ୍କୁ ରିହାତି ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/aadhaar-.jpg)