କନକ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ପୁଣିଥରେ ସୁପ୍ରିମ କୋର୍ଟ ମୁହଁ ଖୋଲିଛନ୍ତି । ବଢୁଥିବା ପ୍ରଦୂଷଣ ଯୋଗୁଁ ଯଦି ସରକାର ବଡ ଲୋକମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଉଛନ୍ତି ତେବେ ଛୋଟ ଛୋଟ ପିଲାମାନେ କିଭଳି ସ୍କୁଲ ଯିବେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ ।
ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବିପଦ ସଂକେତ ଉପରେ ରହିଥିବା ନେଇ ଦିଲ୍ଲୀ ସରକାର ପ୍ରଥମେ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଦେଇଥିଲେ । କିନ୍ତୁ ମାତ୍ର କିଛିଦିନ ମଧ୍ୟରେ ପ୍ରଦୂଷଣ କମୁଛି ବୋଲି କହି ପୁଣି ସ୍କୁଲଗୁଡିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଖୋଲିବା ପରେ ପିଲାମାନେ କୁହୁଡି ଭିତରେ ସ୍କୁଲ ଯାଉଥିବାର ଦେଖିବାକୁ ମିଳିଛି । ଏଣୁ ଏହାକୁ ନେଇ ଉର୍ଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଏହି ମାମଲାରେ ସୁପ୍ରିମ କୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରି କହିଛନ୍ତିି କି “ଆପଣ ଆମକୁ ପହିଲେ ସ୍କୁଲ ବନ୍ଦ ରହିଛି, ହେଲେ ଏବେ ଛୋଟ ଛୋଟ ପିଲାମାନେ ସ୍କୁଲ ଯାଉଛନ୍ତି । ବୟସ୍କମାନେ ଘରେ ରହି କାମ କରିବେ ଓ ପିଲାମାନେ ସ୍କୁଲ ଯିବେ । ସରକାରଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ଆମକୁ ଏକ କମିଟି ଗଠନ କରି ଦିଲ୍ଲୀ ସରକାରଙ୍କ ଉପରେ ନଜର ରଖିବାକୁ ପଡିବ”
Supreme Court tells Centre and Delhi governments that if they fail to do take measures to control pollution, then the court will pass an order.
Court to hear the matter tomorrow at 10 am.
— ANI (@ANI) December 2, 2021
ଏହି ମାମଲାରେ ଅଭିଯୋଗକାରୀ ଓକିଲ ବିକାଶ ସିଂ କହିଛନ୍ତି କି ଏନେଇ ସୁପ୍ରିମ କୋର୍ଟ ଏକ ଟାସ୍କ ଫୋର୍ସ ଗଠନ କରିବାର ଆବଶ୍ୟକତା ରହିଛି । ଏହାସହ ବିକାଶ ସିଂ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମ ବନ୍ଦ କରିବାକୁ ବି ଦାବି କରିଛନ୍ତି ।