କନକ ବ୍ୟୁରୋ : ବିସିସିଆଇକୁ ନେଇ ବଡ ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ବିସିସିଆଇ ଅଧ୍ୟକ୍ଷ ପଦରୁ ଅନୁରାଗ ଠାକୁରଙ୍କୁ ହଟାଇଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସଚିବ ଅଜୟ ଶିର୍କେଙ୍କୁ ମଧ୍ୟ ବିଦା କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଆଜି ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କୁ ତାଙ୍କ ପଦରୁ ହଟାଯିବ ସହ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି ।
ଲୋଧା କମିଟି ସୁପାରିଶ ଅବମାନନା କରିବା ନେଇ ଦୀର୍ଘ ସମୟ ଧରି କମିଟି ଓ ବିସିସିିଆଇ ମଧ୍ୟରେ ବିବାଦ ଲାଗିରହିଛି । ଦୀର୍ଘ ଦେଢ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଚାଲିଥିଲା । ଲୋଧା କମିଟି ସୁପାରିଶକୁ ଅବମାନନା କରିଥିଲେ ବିସିସିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/cyZNEHK4.jpg)