କନକ ବ୍ୟୁରୋ: ଜଣେ ବିବାହିତ ମହିଳାଙ୍କ ୨୬ ସପ୍ତାହର ଗର୍ଭଧାରଣ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଶିଶୁରେ କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଇବ।

Advertisment

ଅକ୍ଟୋବର ୯ ତାରିଖରେ ୨୭ବର୍ଷର ଜଣେ ମହିଳା ଏକ ଆବେଦନ କରିଥିଲେ ଓ ଦର୍ଶାଇଥିଲେ କି ଅବସାଦ , ଅସୁସ୍ଥତା ଓ ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ଗର୍ଭପାତ କରିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ । ଏହା ପରେ କୋର୍ଟ ଏମ୍ସକୁ ନିର୍ଦ୍ଦେଶ ଦେଇ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ପରେ ଏକ ରିପୋର୍ଟ ମାଗିଥିଲେ । ତେବେ ଡାକ୍ତର କହିଥିଲେ ଯେ ଭ୍ରୁଣ ସ୍ଥିତିର ଭଲ ରହିଛି ଓ ଗର୍ଭପାତ କରାଇବା ଉଚିତ ନୁହେଁ । ପରେ କୋର୍ଟ ନିଜ ଆଦେଶକୁ ପ୍ରତ୍ୟାହର କରିନେଇଥିଲେ । ପୁର୍ନବାରର ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ପୂର୍ବରୁ ତଳ କୋର୍ଟଙ୍କ ଶୁଣାଣୀ ସମୟରେ ଦୁଇ ବିଚାରପତିଙ୍କ ମତପାର୍ଥକ୍ୟ ଦେଖା ଦେବାରୁ ଉପରିସ୍ଥ ବେଞ୍ଚକୁ ମାମଲା ପଠାଯାଇଥିଲା ।