ଘୁଞ୍ଚିବନି ୟୁପିଏସସି ପରୀକ୍ଷା : ୟୁପିଏସସି ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ; ଅକ୍ଟୋବର ୪ରେ ହେବାକୁ ଅଛି ୟୁପିଏସସି ପ୍ରିଲିମିନାରି ପରୀକ୍ଷା

126

କନକ ବ୍ୟୁରୋ : ୟୁପିଏସସି ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଛି । ଏହି ପରୀକ୍ଷା ୪ ଅକ୍ଟୋବର ୨୦୨୦ ରେ କରାଯିବାକୁ ଧାର୍ଯ୍ୟ କରାଯାଇଛି । କିନ୍ତୁ ଯେଉଁ ପ୍ରାର୍ଥୀ ମାନେ ଏହା ଉପରେ ଆବେଦନ କରିଥିଲେ ସେମାନଙ୍କ ପାଇଁ ରିହାତି ଉପରେ ବିଚାର କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି । ଏହା ପୂର୍ବରୁ ସୋମବାର ୟୁପିଏସସି ଅଦାଲତରେ କହିଥିଲେ ଯେ ସମସ୍ତ ଲଜିଷ୍ଟିକ୍ ବ୍ୟବସ୍ଥା ହୋଇସାରିଥିବାରୁ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ ।   କୋଭିଡ -୧୯ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା । 

ଆବେଦନକାରୀଙ୍କ ପକ୍ଷରୁ ନିୟୋଜିତ ଓକିଲ କୋର୍ଟରେ ଯୁକ୍ତି କରିଥିଲେ କି କରୋନା ମହାମାରୀ ଭଳି ସମୟରେ  ଏଭଳି ପରୀକ୍ଷା କରିବା ଠିକ୍ ନୁହେଁ । ଦେଶର ୭୨ ଟି ସହରର ବିଭିନ୍ନ କେନ୍ଦ୍ର୍ରରେ ପ୍ରାୟ ୬ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେବେ । ଏହା ଉପରେ ସୁପ୍ରିମକୋର୍ଟ ସମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ସୂଚନା ଦେବାକୁ ୟୁପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ।