ସୁପ୍ରିମକୋର୍ଟରେ ପହଁଚିଲା ଫିଲ୍ମ କେରଳ ଷ୍ଟୋରୀ ବିବାଦ, -ହାଇକୋର୍ଟ ଯିବାକୁ ପରାମର୍ଶ ଦେଇ ଆବେଦନ ଉପରେ ଶୁଣାଣୀ କରିବାକୁ ମନା କଲେ ସୁପ୍ରିମକୋର୍ଟ

308

କନକ ବ୍ୟୁରୋ : ବିବାଦରେ ଫିଲ୍ମ ‘ଦି କେରଳ ଷ୍ଟୋରୀ’ । ଏହାକୁ ବ୍ୟାନ୍ ନେଇ ଶୀଘ୍ର ଶୁଣାଣୀ ପାଇଁ ଆବେଦନ ହୋଇଥିବା ପିଟିସନକୁ ମଙ୍ଗଳବାର ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଖଣ୍ଡପୀଠ ଏନେଇ କହିଛନ୍ତି, ଫିଲ୍ମ ରିଲିଜ ବ୍ୟାନ୍ ନେଇ ପ୍ରଥମେ ହାଇକୋର୍ଟ ଯିବା ଆବଶ୍ୟକ । ତେବେ ଖଣ୍ଡପୀଠ ନିଜ ମନ୍ତବ୍ୟରେ କହିଛନ୍ତି ଏହି ସିନେମାରେ ଅନେକ ଘୃଣା ବକ୍ତବ୍ୟ ରହିଛି, ତଥାପି ସିନେମାକୁ ସେନସର ବୋର୍ଡ ସବୁଜ ସଙ୍କେତ ଦେଇଛି । ତେଣୁ ଏହାର ତୁରନ୍ତ ଶୁଣାଣୀ ନେଇ ମନା କରିଛନ୍ତି ସୁପ୍ରିମକୋର୍ଟ । କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ଆଇନଜୀବି କପିଲ ସିବଲ ଓ ଇସଲାମିକ ସଂଗଠନ ଜମିୟତ ଏ ଉଲ ହିନ୍ଦ ସିନେମା ରିଲିଜ ଉପରେ ରୋକ ଲଗାଇବା ନେଇ କରିଥିଲେ ଆବେଦନ । ଶୁକ୍ରବାର ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଦି କେରଲା ଷ୍ଟୋରୀ’ । ଫିଲ୍ମର ଟିଜର, ଟ୍ରେଲର ସାମ୍ନାକୁ ଆସିବା ପରେ କଂଗ୍ରେସ ଏହାକୁ ବିରୋଧ କରିଛି । ଫିଲ୍ମରେ ୩୨ ହଜାର ମହିଳା ଧର୍ମ ପରିବର୍ତନ କରି ଆଇଏସଆଇଏସରେ ଯୋଗଦେଉଥିବା କାହାଣୀ ଦେଖାଦେଇଛି । ସେପେଟ ବିବାଫ ଉଠିବା ପରେ ମୁସଲିମ୍ ସଙ୍ଗଠନ ୧ କୋଟିର ପୁରସ୍କାର ଘୋଷଣା କରିଥିଲା । ଯଦି ୩୨ ହଜାର ମହିଳା ଆଇଏସଆଇଏରେ ଯୋଗ ଦେଉଥିବା ପ୍ରମାଣ କରିଦେବେ, ତେବେ ୧ କୋଟିର ପୁରସ୍କାର ଦେବା ନେଇ ଘୋଷଣା କରିଥିଲା ମୁସଲିମ୍ ସଙ୍ଗଠନ । ସେପଟେ ଫିଲ୍ମକୁ ନେଇ ବିବାଦ ବଢିବା ପରେ ପ୍ରଯୋଜନା ସଂସ୍ଥା ଟ୍ରେଲରରେ ଥିବା ବାୟୋରେ ୩୨ ହଜାର କାଟି ଏବେ ୩ ଜଣ ଝିଅଙ୍କ କାହାଣୀ ଉଲ୍ଲେଖ କରିଛି ।