ଘୁଞ୍ଚିବ ନାହିଁ ନିଟ ପିଜି ପରୀକ୍ଷା । ସୁପ୍ରିମକୋର୍ଟରେ ଆବେଦନ ଖାରଜ । ମେ ୨୧ ତାରିଖରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Advertisment
ଘୁଞ୍ଚିବ ନାହିଁ ନିଟ ପିଜି ପରୀକ୍ଷା । ସୁପ୍ରିମକୋର୍ଟରେ ଆବେଦନ ଖାରଜ । ମେ ୨୧ ତାରିଖରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ନିଟ ପିଜି ପରୀକ୍ଷା ଘୁଞ୍ଚିବ ନାହିଁ । ସୁପ୍ରିମକୋର୍ଟରେ ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନ ଖାରଜ କରିଛନ୍ତି କୋର୍ଟ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପରୀକ୍ଷା ହେବ । ମେ ୨୧ ତାରିଖରେ ଏହି ସର୍ବଭାରତୀୟ ପରୀକ୍ଷା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ତେବେ ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନର ଶୁଣାଣି କରିବାକୁ ଯାଇ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି ।

ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା ଦଲିଲକୁ ଗ୍ରହଣ କରିବା ସହ ପରୀକ୍ଷା ନ ଘୁଞ୍ଚାଇବା ଉପରେ ସହମତି ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ପ୍ରଥମରୁ ହିଁ ଦେଶରେ ରେସିଡେଣ୍ଟ ଡାକ୍ତରଙ୍କ ଅଭାବ ରହିଛି । ପରୀକ୍ଷା ଉପରେ ରୋକ ଲଗାଇବା ଦ୍ୱାରା ରୋଗୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ । ଏହି ୨.୬ ଲକ୍ଷ ଡାକ୍ତରଙ୍କ କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିବ । ଏହା ସରକାରଙ୍କ ନୀତିର ଗୋଟିଏ ଅଂଶ ତେଣୁ ଏହା ଉପରେ ରୋକ ଲଗାଯାଇପାରିବ ନାହିଁ ।

ଇଣ୍ଡିଆନ ମେଡିକାଲ ଆସୋସିଏସନ ଆବେଦନପତ୍ରରେ କଣ ଲେଖିଥିଲେ ?
ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଥିଲେ । ଚିଠିରେ ଲେଖାହୋଇଥିଲା ଯେ, ନିଟ ପିଜି ପରୀକ୍ଷାବ୨୦୨୨ ଓ ନିଟ ପିଜି ପରୀକ୍ଷା ୨୦୨୧ର କାଉନସିଲିଂ ପୂରା ହେବା ଭିତରେ ଅନେକ କମ ସମୟ ଥିଲା । ଏତେ କମ ସମୟରେ କଠିନ ପରୀକ୍ଷାର ପ୍ରସ୍ତୁତି କରିବା ଆଶାୟୀଙ୍କ ପାଇଁ କଷ୍ଟ ଥିଲା । ହଜାର ହଜାର ପରୀକ୍ଷାର୍ଥୀ ଏଥିପାଇଁ ଚିନ୍ତାରେ ଅଛନ୍ତି । ଆପଣ ଏଥିରେ ହସ୍ତକ୍ଷେପ କରି କିଛି ସମୟ ପାଇଁ ଏହାକୁ ସ୍ଥଗିତ ରଖନ୍ତୁ । ଏହି ପରୀକ୍ଷା ପ୍ରସ୍ତୁତି ପାଇଁ ସେମାନଙ୍କ ପାଖରେ ସମୟ ରହିବା ଦରକାର । ଅତି ସହଜରେ ସେମାନେ ଏହି ପରୀକ୍ଷାରେ ସାମିଲ ହୋଇପାରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe