ନାଗରିକତା ସଂଶୋଧନ ଆଇନକୁ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତି : ତୁରନ୍ତ ସିଏଏ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ , ସାମ୍ବିଧାନିକ ପୀଠ କରିଥିଲେ ମାମଲାର ଶୁଣାଣୀ

221

ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ପାଇଁ ଆଶ୍ୱସ୍ତି ମିଳିଛି । ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣୀ କରିବେ ବୋଲି କହିଛନ୍ତି କୋର୍ଟ । ଚାରି ସପ୍ତାହ ପରେ ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ ନେଇ ଶୁଣାଣୀ ହେବ । ମାମଲାର ଶୁଣାଣୀ ନେଇ ସାମ୍ବିଧାନିକ ପୀଠର ଗଠନ ହୋଇପାରେ । ଏବଂ ସିଏଏ ଉପରେ ରୋକ ଲଗାଇବା ନେଇ ସାମ୍ବିଧାନିକ ପୀଠ ନିଷ୍ପତି ନେବ । ଏହାସହ କୌଣସି ହାଇକୋର୍ଟରେ ସିଏଏ ସମ୍ପର୍କୀୟ ମାମଲାର ଶୁଣାଣୀ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ନାଗରିିକ ସଂଶୋଧନ ଆଇନ୍ ସଂକ୍ରାନ୍ତ ୧୪୪ ଟି ଆବେଦନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବିଭିନ୍ନ ପକ୍ଷ ଦ୍ୱାରା ଦାଖଲ ହୋଇଥିବା ସିଏଏ ସଂକ୍ରାନ୍ତ ପିଟିସନ ଉପରେ ଶୁଣାଣି କରୁଛନ୍ତି ।