ପଦ୍ମାବତ ନେଇ ସୁପ୍ରିମକୋର୍ଟ ଆଜି ଶୁଣାଇପାରନ୍ତି ଶେଷ ନିଷ୍ପତି ! ବ୍ୟାନ ବିରୋଧରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ କରିଛନ୍ତି ଅପିଲ

24

ସଞ୍ଜୟ ଲୀଲା ଭନସାଲିଙ୍କ ବିବାଦୀୟ ଫିଲ୍ମ ପଦ୍ମାବତକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । କାରଣ ଫିଲ୍ମ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦୁଇ ରାଜ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ । ଫିଲ୍ମ ଉପରେ ବ୍ୟାନ ଲଗାଯାଇ ପାରିବନାହିଁ ବୋଲି କୋର୍ଟ ଦେଇଥିବା ରାୟ ବିରୋଧରେ ଏମାନେ ଅପିଲ କରିଛନ୍ତି । ପ୍ରଥମେ ପଦ୍ମାବତୀ ଫିଲ୍ମକୁ ବିରୋଧ ପରେ ଏହାର ଅନେକ ତଥ୍ୟରେ କାଂଟଛାଂଟ କରିବା ସହ ଫିଲ୍ମର ନାଁ ବଦଳାଇ ପଦ୍ମାବତ କରାଯାଇଥିଲା ।

ଆଗାମୀ ୨୫ ତାରିଖରେ ଫିଲ୍ମ ରିଲିଜ କରିବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିବା ପରେ ପୁଣି ବିରୋଧ ଆରମ୍ଭ କରିଛି କରଣି ସେନା । ବିଭିନ୍ନ ସହରରେ ଫିଲ୍ମର ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଫିଲ୍ମ ରିଲିଜ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ।

ଅନ୍ୟପଟେ ଫିଲ୍ମ ରିଲିଜକୁ ବିରୋଧ କରି଼ ବିକ୍ଷୋଭ ପ୍ରଦର୍ଶନ କରିଛି କର୍ଣ୍ଣିସେନା । ଫିଲ୍ମ ରିଲିଜ ଉପରେ ବ୍ୟାନ ଲଗାଯାଇପାରିବନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଦେବା ପରେ ବି ସେନା କରିଛି ବିକ୍ଷୋଭ  । ପ୍ରଦର୍ଶନ ବ୍ୟତୀତ ପଦ୍ମାବତ୍ ରିଲିଜ୍ ହେଲେ ରାଜପୁତ ମହିଳା ଗଣଆତ୍ମାହୁତି କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ସେପଟେ ଗୁଜରାଟରେ ମଧ୍ୟ ବିକ୍ଷୋଭ ଯୋଗୁ ବସସେବା ବ୍ୟାହତ ହୋଇଛି  । ଅନ୍ୟ ପଟେ ଗୁଜରାଟ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପୁନଃଆବେଦନ କରିଛନ୍ତି  । ଫିଲ୍ମ ପଦ୍ମାବତ୍ ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବାର ରହିଛି  ।