ଏସସି ଏସଟି ଆକ୍ଟ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ :୧୦ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି

Advertisment
ଅଧିକ କାର୍ଯ୍ୟଭାର ଯୋଗୁଁ ଆତ୍ମହତ୍ୟା କଲେ ଦାୟୀ ନୁହଁନ୍ତି ବରିଷ୍ଠ କର୍ମଚାରୀ : ସୁପ୍ରିମକୋର୍ଟ

source : Live Law

କନକ ବ୍ୟୁରୋ : ଅନୁସୂଚିତ ଜାତି/ଜନଜାତି(ଏସସି/ଏସଟି) ନିର୍ଯ୍ୟାତନା ନିବାରଣ ଆଇନ ସଂଶୋଧନ ରାୟରେ ରହିତାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହି ମାମଲାରେ ଏବେ ଦେଶବ୍ୟାପୀ ଦଳିତ ଆନ୍ଦୋଳନ ମୁଣ୍ଡ ଟେକିଥିବାରୁ ଏଥିରେ ରହିତାଦେଶ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ସୁପ୍ରିମକୋର୍ଟର ମୁକ୍ତ ଅଦାଲତରେ ଜଷ୍ଟିସ୍ ଏକେ ଗୋଏଲ ଏବଂ ୟୁ.ୟୁ. ଲଳିତଙ୍କ ଖଣ୍ଡପୀଠ ଗତ ୨୦ ତାରିଖର ରାୟକୁ ପୁନର୍ବିଚାର ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ସୁପ୍ରିମକୋର୍ଟ ଅନୁସୂଚିତ ଜାତି/ଜନଜାତି ନିର୍ଯ୍ୟାତନା ନିବାରଣ ଆଇନକୁ ବିରୋଧ କରିନାହାନ୍ତି ବରଂ ଏହି ଆଇନ ଦ୍ୱାରା ଦଣ୍ଡ ପାଉଥିବା ନିର୍ଦ୍ଦୋଷଙ୍କ ସପକ୍ଷରେ ରାୟ ଦେଇଛନ୍ତି।

publive-image

ଅନସୂଚିତ ଜାତି/ଜନଜାତି ବର୍ଗର ବ୍ୟକ୍ତିଙ୍କ ଅଭିଯୋଗ ଘଟଣାରେ ତତ୍କାଳ ଗିରଫରେ ରୋକ ଲଗାଇବା ସମ୍ପର୍କରେ ଉତ୍ତର ଦେଇ ଅଦାଲତ କହିଛନ୍ତି ଯେ, ନିର୍ଦ୍ଦୋଷ ଯେଭଳି ଦଣ୍ଡ ନପାଏ ଏବଂ ତାହାର ଅଧିକାର କ୍ଷୁର୍ଣ୍ଣ ନହୁଏ ସେଥିପ୍ରତି ଅଦାଲତ ସଜାଗ ରହିଛନ୍ତି। ଏହି ମାମଲାରେ ସବିଶେଷ ମତାମତ ଦେବାକୁ ସମସ୍ତ ପକ୍ଷଙ୍କୁ ୨ଦିନର ମହଲତ ଦିଆଯାଇଥିବା ବେଳେ ୧୦ ଦିନ ପରେ ଏହାର ପରବର୍ତ୍ତୀ ଣୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ରାୟ ଦ୍ୱାରା ଏସସିଏସଟି ଆଇନକୁ କୋହଳ କରାଯାଇ ନାହିଁ ବରଂ ଆଇପିସି(ଭାରତୀୟ ଦଣ୍ଡବିଧି) ଓ ସିଆରପିସି(ଅପରାଧିକ ମାମଲା ଦଣ୍ଡବିଧି)ରେ ଥିବା ଏହି ମାମଲା ସମ୍ପର୍କିତ ଦଣ୍ଡ ଓ ପ୍ରାବଧାନକୁ ମାର୍ଜିତ କରାଯାଇଥିବା କୋର୍ଟ ସ୍ପଷ୍ଟ କରିଛନ୍ତି। କେବଳ , ସମ୍ବିଧାନ ନୁହେଁ ବରଂ ଆଇନ୍ କାନୁନର ମଧ୍ୟ ପ୍ରତିଟି ଦିଗ ଉପରେ ନଜର ରଖିବା ଅଦାଲତଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ, କୌଣସି ଅନୁସୂଚିତ ଜାତି ବା ଜନଜାତି ବର୍ଗର ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ପାଇଁ ଏଫଆଇଆରକୁ ଅପେକ୍ଷା କରିବାର ଆବଶ୍ୟକତା ରହିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe