ସିଗାରେଟ ଏବଂ ତମ୍ବାଖୁକୁ ନେଇ କେନ୍ଦ୍ର ସରକାରଙ୍କ ଅଧିସୂଚନା ଉପରେ ରୋକ୍ ଲଗାଇଲେ ସୁପ୍ରିମ କୋର୍ଟ ।
ତମ୍ବାଖୁ ଉତ୍ପନ୍ନ ଦ୍ରବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି । କେନ୍ଦ୍ର ସରକାର ତମ୍ବାଖୁ ସମ୍ବନ୍ଧିୟ ପ୍ୟାକେଟ ଉପରେ ଚିତ୍ରାତ୍ମକ ଚେତାବନି ଦେବା ସମ୍ବନ୍ଧରେ ଅଧିସୂଚନା ଜାରି କରିଥିଲେ । କିନ୍ତୁ କୋର୍ଟ ଏହି ଅଧିସୂଚନାକୁ ରଦ୍ଦ କରି ଆଉ ଏକ ନୁତନ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଅନୁଯାୟୀ ସମସ୍ତ ତମ୍ବାଖୁ ପ୍ୟାକେଟରେ ଦିଆଯାଇଥିବା ଚିତ୍ରାତ୍ମକ ଚେତାବନୀ ଉପରେ ରୋକ ଲଗାଇ ସେଥିରେ ଏକ ହେଲ୍ପଲାଇନର ନମ୍ବର ଲେଖାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୦୮ ମସିହା ଏପ୍ରିଲ ମାସରେ ସିଗାରେଟ ଏବଂ ତମ୍ବାଖୁ ଉପରେ ଥିବା ଆଇନକୁ କେନ୍ଦ୍ର ସରାକର ସଂସୋଧନ କରିଥିଲେ । ସେପ୍ଟେମ୍ବର ମାସରେ ଭାରତରେ ସିଗାରେଟ ଏବଂ ତମ୍ବାଖୁ ପ୍ରଡକ୍ଟର ନୂଆ ପ୍ୟାକେଟ ଉପରେ ଗୋଟିଏ ହେଲ୍ପଲାଇନ ନମ୍ବର ଲେଖାଯିବ ଏବଂ ଏହା ସହିତ ପ୍ୟାକେଟରେ ଚିତ୍ର ସହିତ ଏକ ଲିଖିତ ଚେତାବନୀ ଦିଆଯିବ । ଏହି ଚେତାବନୀ ପ୍ୟାକେଟର ୮୫ ପ୍ରତିଶତ ଅଂଶକୁ କଭର କରିବ । କେବଳ ସେତିକି ନୁହେଁ ସିଗାରାଟ ପ୍ୟାକେଟ ଉପରେ ତମ୍ବାଖୁ ଛାଡିବାକୁ ଚାହୁଁଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଲେଖାଯିବ ।
କେନ୍ଦ୍ର ଅଧିସୂଚନାରେ ଏହା ମଧ୍ୟ ଲେଖାଯାଇଥିଲା, ତମ୍ବାଖୁ ପ୍ୟାକେଟ ଉପରେ ବଡ ବଡ ଶବ୍ଦରେ ଚେତାବନୀ ଦେଇ ଲେଖାଯିବ “ତମ୍ବାଖୁ ବ୍ୟବହାର କରିବା ଦ୍ୱାରା କଷ୍ଟକର ମୃତ୍ୟୁ ହୋଇଥାଏ” ଏବଂ “ତମ୍ବାଖୁ ବ୍ୟବହାର ଦ୍ୱାରା କ୍ୟାନ୍ସର ହୋଇଥାଏ” । ଏହି ଚେତାବନୀ ଲାଲ ରଙ୍ଗର ବ୍ୟାକଗ୍ରାଉଣ୍ଡ ଉପରେ ଧଳା ରଙ୍ଗର ଅକ୍ଷରରେ ଲେଖାଯିବ । ଏଥିସହିତ ଟୋଲଫ୍ରି ହେଲ୍ପଲାଇନ ନମ୍ବର ୧୮୦୦୧୧୨୩୫୬କୁ କଳା ବ୍ୟାକଗ୍ରାଉଣ୍ଡ ଧଳା ଅକ୍ଷରରେ ଲେଖାଯିବାର ପ୍ରବନ୍ଧନ କରାଯାଇଥିଲା । ଏହି ହେଲ୍ପଲାଇନ ସେଇ ମାନଙ୍କୁ ସାହାଯ୍ୟ କରିଥାନ୍ତା, ଯେଉଁମାନେ ତମ୍ବାଖୁ ଛାଡିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତେ । କିନ୍ତୁ କେନ୍ଦ୍ରସରକାରଙ୍କ ଏହି ଅଧିସୂଚନା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି ।