ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନୂଆ ବେଂଚ ଗଠିତ ! ପ୍ରଧାନବିଚାରପତିଙ୍କ ସମେତ ସାମ୍ବିଧାନିକ ଖଣ୍ଡପୀଠରେ ଅଛନ୍ତି ୫ ବିଚାରପତି ।

Advertisment
ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ ଛୁଟି ପ୍ରସଙ୍ଗ : ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି । ନୂଆ ବେଂଚରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ସହ ୫ ଜଣ ବିଚାରପତି ରହିଛନ୍ତି । ବିବାଦିତ ଅଯୋଧ୍ୟା ଜମି ମାମଲାର ଶୁଣାଣି ଏବେ ୫ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ କରିବେ । ଖଣ୍ଡପୀଠରେ ଜଷ୍ଟିସ ରଂଜନ ଗୋଗେଇ, ଜଷ୍ଟିସ ବୋବଡେ, ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଅବଦୁଲ ନଜୀର ଅଛନ୍ତି । 

ପୂର୍ବରୁ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ୟୁୟୁ ଲଳିତ ଓହରି ଯାଇଥିଲେ । ଗତ ୧୦ ତାରିଖରେ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଓକିଲଙ୍କ ଆପତି ପରେ ଶୁଣାଣିରୁ ଓହରିଥିଲେ ୟୁୟୁ ଲଳିତ । ଏହାପରେ ମାମଲାର ଶୁଣାଣି ଜାନୁୟାରୀ ୨୯ ତାରିଖ ଯାଏଁ ଟାଳି ଦେଇ ଚିଫ ଜଷ୍ଟିସ କହିଥିଲେ ମାମଲାର ତଥ୍ୟ, ପରିସ୍ଥିତି ଓ ଏହାର ବିଶାଳ ରେକର୍ଡକୁ ଆଖିରେ ରଖି ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe