କନକ ବ୍ୟୁରୋ : ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି । ନୂଆ ବେଂଚରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ସହ ୫ ଜଣ ବିଚାରପତି ରହିଛନ୍ତି । ବିବାଦିତ ଅଯୋଧ୍ୟା ଜମି ମାମଲାର ଶୁଣାଣି ଏବେ ୫ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ କରିବେ । ଖଣ୍ଡପୀଠରେ ଜଷ୍ଟିସ ରଂଜନ ଗୋଗେଇ, ଜଷ୍ଟିସ ବୋବଡେ, ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଅବଦୁଲ ନଜୀର ଅଛନ୍ତି ।
ପୂର୍ବରୁ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ୟୁୟୁ ଲଳିତ ଓହରି ଯାଇଥିଲେ । ଗତ ୧୦ ତାରିଖରେ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଓକିଲଙ୍କ ଆପତି ପରେ ଶୁଣାଣିରୁ ଓହରିଥିଲେ ୟୁୟୁ ଲଳିତ । ଏହାପରେ ମାମଲାର ଶୁଣାଣି ଜାନୁୟାରୀ ୨୯ ତାରିଖ ଯାଏଁ ଟାଳି ଦେଇ ଚିଫ ଜଷ୍ଟିସ କହିଥିଲେ ମାମଲାର ତଥ୍ୟ, ପରିସ୍ଥିତି ଓ ଏହାର ବିଶାଳ ରେକର୍ଡକୁ ଆଖିରେ ରଖି ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/supremecourt-1525659801.jpg)