ଔଷଧ ନାହିଁ, ଚିକିତ୍ସା କିପରି ହେବ? କେନ୍ଦ୍ର ସରକାରଙ୍କ ଠାରୁ କରୋନା ଚିକିତ୍ସା ସମ୍ପର୍କିରେ ସମ୍ପୁର୍ଣ୍ଣ ତଥ୍ୟ ମାଗିଲେ ସୁପ୍ରିମ୍ କୋର୍ଟ ।

251

କନକ ବ୍ୟୁରୋ : ଔଷଧ ନାହିଁ, ଚିକିତ୍ସା କିପରି ହେବ? କେନ୍ଦ୍ର ସରକାରଙ୍କ ଠାରୁ କରୋନା ଚିକିତ୍ସା ସମ୍ପର୍କିରେ ସମ୍ପୁର୍ଣ୍ଣ ତଥ୍ୟ ମାଗିଲେ ସୁପ୍ରିମ୍ କୋର୍ଟ । କହିଲେ, ଔଷଧ ନାହିଁ ତ କରୋନା ଚିକିତ୍ସା କିପରି ହେବ? ଜରୁରୀ ଔଷଧ ଓ ଉପକରଣର କାହିଁକି ହୋଇପାରୁନି ବିତରଣ? ନୂଆ ଡାକ୍ତରଙ୍କୁ କାହିଁକି କାମରେ ଲଗାଯାଉନି ?
ସେପଟେ କରୋନାକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର । ମାସକୁ ୧.୦୩ କୋଟି ରେମଡେସିଭିର ଉତ୍ପାଦନ ହେଉଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ତେବେ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଏକ ପ୍ରକାର ଚିନ୍ତା ବଢିଯାଇଛି । ପ୍ରଥମେ ଅକ୍ସିଜେନର ଅଭାବ, ପରେ ଠିକ୍ ସମୟରେ ରାଜ୍ୟଗୁଡିକ ପାଖରେ ଟିକା ନପହଞ୍ଚିବା ଆଉ ଏବେ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ଅଭାବ ଦେଖାଦେଇଥିବା ବେଳେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।