ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଜେଲରେ ବଢୁଛି ସଂକ୍ରମଣ । କଏଦୀ ମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଜେଲରେ ବଢୁଛି ସଂକ୍ରମଣ । କଏଦୀ ମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ସଂକ୍ରମଣ ୪ ଲକ୍ଷ ଉପରେ ରହୁଥିବା ବେଳେ ମୃତ୍ୟୁ ବି ଦୈନିକ ୪ ହଜାର ମୁହାଁ ହୋଇଛି । ଏହାରି ଭିତରେ କରୋନାରୁ ରକ୍ଷା ପାଇବାକୁ ସରକାର ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଦେଶରେ ଥିବା ଜେଲ ଭିତରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେଉ ନଥିବାରୁ ଦୈନିକ କୌଣସି ନା କୌଣସି ଜେଲରେ ସଂକ୍ରମଣ ଖବର ଆସୁଛି । ଏହାକୁ ନେଇ ସୁପ୍ରିିମକୋର୍ଟରେ ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଆଜି ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ।

ଜେଲରେ ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ରାଜ୍ୟମାନଙ୍କୁ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ କହିଛନ୍ତି। ପ୍ରତ୍ୟେକ ରାଜ୍ୟରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ୟାନେଲକୁ ବନ୍ଦୀଙ୍କ ଶ୍ରେଣୀ ନିର୍ଣ୍ଣୟ କରିବାର ଦାୟିତ୍ୱ ଦିଆଯାଇଛି, ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ।

ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ, କୋଭିଡ ପରିସ୍ଥିତି ଉଦବେଗଜନକ ହୋଇଥିବାରୁ ଆମକୁ ଜେଲଗୁଡିକୁ ଖାଲି କରିବାକୁ ପଡିବ। ଯେଉଁମାନଙ୍କୁ ପାରୋଲ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇପାରିବ, ସେମାନଙ୍କୁ ମୁକ୍ତ କରାଯିବ ।
ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଅଧିକ ଥିବା ସମୟରେ ଜେଲରୁ କିଛି କଏଦୀଙ୍କୁ ମୁକ୍ତ କରାଯାଇଥିଲା । ଜେଲ ଭିତରେ ସଂକ୍ରମଣ ବଢିବା ପରେ ଏହି ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶ ପରେ ଗତ ବର୍ଷ ମାର୍ଚ୍ଚରେ ପ୍ରାୟ ୪୫,୦୦୦ କଏଦୀଙ୍କୁ ମୁକ୍ତ କରାଯାଇଥିଲା। ପାରୋଲ ଅବଧି ଶେଷ ହେବା ପରେ ବନ୍ଦୀମାନେ ପୁଣି ଜେଲକୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe