ଦିଲ୍ଲୀ ନୋଇଡାରେ ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ : ୩ ମାସର ସମୟ ଦେଲେ ସୁପ୍ରିମକୋର୍ଟ , ନିର୍ମାଣକାର୍ଯ୍ୟରେ ପରିବେଶ ସୁରକ୍ଷା ନିୟମ ଉଲଂଘନ ଅଭିଯୋଗ

137

କନକ ବ୍ୟୁରୋ: ସୁପରଟେକ୍ ଏମିରାଲ୍ଡ ମାମଲାରେ ବଡ ନିଷ୍ପତ୍ତିି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ନୋଇଡାରେ ଦୁଇଟି ସୁପରଟେକ୍ ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୪୦ ମହଲା ବିିଶିଷ୍ଟ ଏହି ସୁପରଟକ୍ ଟ୍ୱିନ୍ ଟାୱାରକୁ ଭାଙ୍ଗିବାକୁ କୋର୍ଟ ୩ ମାସର ସମୟ ଦେଇଛନ୍ତି । ଏହା ନୋଇଡା ଅଥରିଟି ଓ ସୁପଟେକ୍ କନଷ୍ଟ୍ରକ୍ସନ୍ କମ୍ପାନୀର ମିଳିତ ସହଯୋଗରେ ବେଆଇନ ଭାବେ ଗଢା ହୋଇଛି । ପ୍ରତି ଟାୱାରରେ ୧ହଜାର ଲେଖାଏଁ ଫ୍ଲାଟ୍ ରହିଛି । ତେବେ ଏଗୁଡିକୁ କିଣିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଅର୍ଥ ଫେରାଇବ ସମ୍ପୃକ୍ତ ବିଲ୍ଡର । ଏହା ବ୍ୟତୀତ ଟାୱାର ଭାଙ୍ଗିବା ସମୟରେ ଯେପରି ଅନ୍ୟ କୌଣସି ବିଲ୍ଡିଂର କ୍ଷତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୋର୍ଟ ତାଗିଦ୍ କରିଛନ୍ତି । ପରିବେଶ ସୁରକ୍ଷା ଦୃଷ୍ଟିରୁ ଏପରି ଟାୱାରକୁ ମଂଜୁରୀ ନଥିବାବେଳେ ନୋଏଡା ଅଥରିଟି ଓ ବିଲ୍ଡର ମିଳିତ ଭାବେ ଏହାକୁ କରିଛନ୍ତି । ଟ୍ୱାୱାର ନିର୍ମାଣର ପ୍ରତି ପ୍ରକ୍ରିୟାରେ ନିୟମ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏହାକୁ ଭାଙ୍ଗିବାକୁ ୨୦୧୪ରେ ଆହ୍ଲାବାଦ ହାଇକାର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି ।