ଆମ୍ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟଙ୍କ ଝଟକା । ଜୁନ୍ ୧୫ ତାରିଖ ସୁଦ୍ଧା ପାର୍ଟି କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ସୁପ୍ରି୍ରମକୋର୍ଟଙ୍କ ତରଫରୁ ଆମ୍ ଆଦମୀ ପାର୍ଟିକୁ ଦିଲ୍ଲୀସ୍ଥିତ ପାର୍ଟି କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ଆମ୍ ଆଦମୀ ପାର୍ଟି ବିରୋଧରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା କି ରାଓଜ ଏଭିନ୍ୟୁ କୋର୍ଟ ପାଇଁ ଆବଣ୍ଟିତ ହୋଇଥିବା ଜମିରେ ଆମ୍ ଆଦମୀ ପାର୍ଟି ଦଳୀୟ କାର୍ଯ୍ୟାଳୟ ନିର୍ମାଣ କରିଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାର ଦିଲ୍ଲୀ ହାଇକୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପାର୍ଟି କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦଳ ତରଫରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି । ଏହାସହ କୋର୍ଟ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ତାର ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପାଇବାକୁ ହକଦାର ଓ ସେ ସରକାରଙ୍କ ନିକଟରେ ଜମି ପାଇବାକୁ ଆବେଦନ କରିପାରିବେ ।
କୋର୍ଟ ଏହା ବି କହିଛନ୍ତି କି, ସମ୍ବନ୍ଧିତ ବିଭାଗର ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେଉ । କୋର୍ଟ ସ୍ପଷ୍ଟ କରିଦେଇଛନ୍ତି କି, ସେହି ଜମି ପ୍ରଥମରୁ କୋର୍ଟକୁ ଆବଣ୍ଟନ କରାଯାଇଥିଲା । ଏହି ଜମି ଉପରେ କୋର୍ଟ କର୍ମଚାରୀଙ୍କ ପାଇଁ ବାସଭବନ ନିର୍ମାଣ କରାଯିବ । ଏଠାରେ ପାର୍ଟି କାର୍ଯ୍ୟାଳୟ ଚାଲିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।