ଆପଣଙ୍କ ଗାଡି କେତେବି ପୁରୁଣା ହେଉନା କାହିଁକି ଜୁଲାଇ ୩୧ ତାରିଖ ପୂର୍ବରୁ ଆପଣଙ୍କୁ ଲଗାଇବାକୁ ପଡିବ ହାଇ ସିକ୍ୟୁରିଟି ନିବନ୍ଧନ ନମ୍ବର ପ୍ଲେଟ । ଏହାକୁ ଉଲ୍ଲଙ୍ଘନ କଲେ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ କିମ୍ବା ୧ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।
ଜିଲ୍ଲା ପରିବହନ ଅଧିକାରୀ ଅଜୟ ଠାକୁରଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆ ଏବଂ ପୁରୁଣା ଉଭୟ ଗାଡି ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ଅଟେ । ଜୁଲାଇ ମାସ ୩୧ ତାରିଖ ପରଠାରୁ ଏହି ନମ୍ବର ପ୍ଲେଟ ନକରି ଯଦି ଆପଣ ଧରା ପଡିଲେ ଧାରା ୧୭୭ ଅନୁଯାୟୀ ପ୍ରଥମ ଥର ୧୦୦ ଟଙ୍କା ଏବଂ ଦ୍ୱିତୀୟ ଥର ଧରା ପଡିଲେ ୩୦୦ ଟଙ୍କାର ଜୋରିମାନା ଦେବାକୁ ପଡିପାରେ । ଯଦି କୌଣସି ବ୍ୟକ୍ତି ଭୁଲ ସୂଚନା ଦିଅନ୍ତି ତେବେ ଧାରା ୧୭୭ ଏବଂ ୧୭୯ ଧାରା ଅନୁଯାୟୀ ଆପଣଙ୍କୁ ଅପରାଧୀ ଘୋଷଣା କରାଯିବା ସହ ୧ ମାସର ଦଣ୍ଡ ଶୁଣାଣୀ ମଧ୍ୟ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/678320-hsrp-050318.jpg)