ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଓଡିଶା ସରକାରଙ୍କୁ ଝଟକା : ଡେରି ପାଇଁ ବିିଗିଡିଲେ, ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବାକୁ କହିଲେ ସୁପ୍ରିମକୋର୍ଟ

Advertisment
ଅଧିକ କାର୍ଯ୍ୟଭାର ଯୋଗୁଁ ଆତ୍ମହତ୍ୟା କଲେ ଦାୟୀ ନୁହଁନ୍ତି ବରିଷ୍ଠ କର୍ମଚାରୀ : ସୁପ୍ରିମକୋର୍ଟ

source : Live Law

କନକ ବ୍ୟୁରୋ : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ଲୋକାୟୁକ୍ତ ନିଯୁକ୍ତିରେ ଡେରିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସେହିପରି ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ନେଇ ମାଗିଥିବା ୬ ମାସର ମହଲତକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ଏଥିସହ ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରି ଜୁଲାଇ ୧୦ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ଲୋକପାଳ ଆଇନ ପ୍ରଣୟନ ହେବା ସତ୍ୱେ ରାଜ୍ୟଗୁଡିକ କାହିଁକି ଲୋକାୟୁକ୍ତ ନିଯୁକ୍ତି କରିନାହାନ୍ତି ସେ ନେଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର. ଭାନୁମତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରି ଗତ ୫ ବର୍ଷ ମଧ୍ୟରେ କାହିଁକି ଲୋକାୟୁକ୍ତ ନିଯୁକ୍ତି କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଥି ସହ ରାଜ୍ୟ ସରକାର ମାଗିଥିବା ସମୟ ସୀମାକୁ ମଧ୍ୟ ଖାରଜ କରିଦେଇଥିଲେ ।

ଖଣ୍ଡପୀଠ କହିଥିଲେ, ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବା ସହ ଜୁଲାଇ ୧୦ ତାରିଖ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଦରକାର। ପ୍ରକାଶ ଥାଉକି, ଗତ ୨୩ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ, ଗତ ୧୨ ତାରିଖରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ସମ୍ପର୍କିତ ତିନି ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ରାଜ୍ୟ ସରକାର କହିଥିଲେ ଯେ, ସମସ୍ତ ଔପଚାରିକତା ଶେଷ ହୋଇଯିବା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ୍-୨୦୧୪କୁ ଆଇନର ଧାରା ୧(ଘ) ଅନ୍ତର୍ଗତ ଲାଗୁ କରିବା ପାଇଁ ନିର୍ଦ୍ଦିଷ୍ଟ ତିଥି ଧାର୍ଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe