ସୁପ୍ରିମକୋର୍ଟଙ୍କ ଆଦେଶ ! ପାଖରେ ଟଙ୍କା ନଥିଲେ ଗରିବଙ୍କ ଚିକିତ୍ସା କରିବା ପାଇଁ ମନା କରିପାରିବେ ନାହିଁ ବେସରକାରୀ ଡାକ୍ତରଖାନା ।

475

ଯଦି କୌଣସି ଗରିବ ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡେ ଏବଂ ବେସରକାରୀ ଡାକ୍ତରଖାନା ଟଙ୍କା ଅଭାବରୁ ରୋଗୀଙ୍କ ଚିକିତ୍ସା କରୁନାହାନ୍ତି ତେବେ ଉକ୍ତ ଡାକ୍ତରଖାନା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସୁପ୍ରିମକୋର୍ଟ । ଦିଲ୍ଲୀର ଏକ କେସକୁ ନେଇ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଯେତେ ବି ବେସରକାରୀ ଡାକ୍ତରଖାନା ସରକାରୀ ଜମିରେ ଠିଆ ହୋଇଛି ସେହି ସବୁରେ ଗରିବଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ପ୍ରାଇଭେଟ୍ ହସ୍ପିଟାଲରେ ୧୦ ପ୍ରତିଶତ ବେଡ୍ ଗରିବଙ୍କ ପାଇଁ ରଖିବା ଏବଂ ଓପିଡିରେ ମୋଟ ରୋଗୀଙ୍କ ୨୫ % ଗରିବଙ୍କ ମାଗଣା ଚିକିତ୍ସା ପାଇଁ ସବୁ ବେସରକାରୀ ଡାକ୍ତରଖାନାକୁ ସୂଚିତ କରାଯାଇଛି । ଏଭଳି ନକଲେ ଡାକ୍ତରଖାନାର ଲାଇସେନ୍ସ ସରକାର ରଦ୍ଦ କରିପାରନ୍ତି । ସରକାରଙ୍କ ଠାରୁ ସବସିଡି ନେଇ ଜମି ନେଇ ହସ୍ପିଟାଲ୍ ତିଆରି କରିଥିଲେ ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ଅନିବାର୍ଯ୍ୟ ହେବ ।