ସୁପ୍ରିମକୋର୍ଟ ନେଲେ ବଡ ନିଷ୍ପତି ! ଅଯୋଧ୍ୟା ବିବାଦ ମାମଲାରେ ହେବ ମଧ୍ୟସ୍ଥତା, ପ୍ୟାନେଲ୍ ରହିଛି ଏହି ତ୍ରି-ସଦସ୍ୟଙ୍କ ନାଁ ।

165

ଅଯୋଧ୍ୟା ବିବାଦକୁ ଫଳାଫଳ ବାହାର କରିବା ପାଇଁ ଶେଷରେ ମଧ୍ୟସ୍ଥତାର ରାସ୍ତାକୁ ଆପଣାଯାଇଛି । ସୁପ୍ରିମକୋର୍ଟର ୫ ଜଣିଆ ଜଜ୍ ସାମ୍ବିଧାନିକ ବେଞ୍ଚ୍ ଶୁକ୍ରବାର ରାମ ଜନ୍ମଭୂମି – ବାବରୀ ମସଜିଦ୍ ଜମି ବିବାଦରେ ସମାଧାନ କରିବା ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି । ଏହି କଥାରୁ ଜଣାପଡୁଛି କି ରାଜନୈତିକ ରୂପରେ ସମ୍ବେଦନଶୀଳ ଏହି ମାମଲାକୁ କୋର୍ଟ ବାହାରେ ସମାଧାନ କରିବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରାଯାଉଛି । ଏସସି ତରଫରୁ ଏହି ବାବଦକୁ ତ୍ରି-ସଦସୀୟ ପ୍ୟାନେଲ୍ ଗଠିତ କରାଯାଇଛି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ଏଫଏମ୍ କଲୀଫୁଲ୍ଲା ଏହି ପ୍ୟାନେଲର ଚେୟାରମ୍ୟାନ୍ ଥିବା ବେଳେ ସମିତିର ଅନ୍ୟ ସଦସ୍ୟରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ ପାଞ୍ଚୁ ସାମିଲ ଅଛନ୍ତି । ଏହି ପ୍ରକ୍ରିୟା ୪ ସପ୍ତାହ ଭିତରେ ଆରମ୍ଭ ହୋଇ ୮ ସପ୍ତାହ ମଧ୍ୟରେ ସମ୍ପନ୍ନ ହେବ ।

ଗଣମାଧ୍ୟମ ଉପରେ ଲାଗିଛି ରୋକ : କୋର୍ଟ ତରଫରୁ ଏହି ନିଷ୍ପତି ମଧ୍ୟ ନିଆଯାଇଛି ଯେ ଫେଜାବାଦ୍ କୁ ହିଁ ଏଥିରେ ମଧ୍ୟସ୍ଥତା କରିବାର ନିର୍ଦ୍ଦେଶ ରହିଛି । ଯେଉଁ ପର୍ଯ୍ୟନ୍ତ କଥାବାର୍ତ୍ତାର ପ୍ରକ୍ରିୟା ଚାଲୁ ରହିବ ସେ ପର୍ଯ୍ୟନ୍ତ କଥାବାର୍ତ୍ତାକୁ ଗୋପନୀୟ ରଖାଯିବ । କୋର୍ଟ ତରଫରୁ କୁହାଯାଇଛି ଯେ ପ୍ୟାନେଲ୍ ସମ୍ବନ୍ଧୀୟ ବିଷୟକୁ ବାହାରେ ପ୍ରଘଟ କରାଯିବ ନାହିଁ । ଏଥିନେଇ ମିଡିଆ ରିପୋର୍ଟରେ ମଧ୍ୟ ରୋକ ଲଗାଯାଇଛି ।

କ୍ୟାମେରା ସାମ୍ନାରେ ହେବ ପ୍ରକ୍ରିୟା : ମୁଖ୍ୟ ଜଷ୍ଟିସ୍ ରଂଜନ ଗୋଗୋଇଙ୍କ କହିବାନୁସାରେ , କୋର୍ଟର ନଜରରେ ମଧ୍ୟସ୍ଥତା ହୋଇଥିବା ପ୍ରକ୍ରିୟାକୁ ଗୋପନୀୟ ରଖାଯିବ ଏବଂ ଏହି ପ୍ରକ୍ରିୟା ସଂପୁର୍ଣ୍ଣ ଭାବେ କ୍ୟାମେରା ସାମ୍ନାରେ ହେବ । କୋର୍ଟ ତରଫରୁ କୁହାଯାଇଛି ଯେ ଯଦି ଜରୁରୀ ପଡିବ ତେବେ ପ୍ୟାନେଲରେ ଅନ୍ୟ ସଦସ୍ୟଙ୍କୁ ବି ସାମିଲ୍ କରାଯିବ ।