ସର୍ବୋଚ୍ଚ ନ୍ୟାୟାଳୟର ବଡ ନିଷ୍ପତି: ଏଣିକି ଇପିଏଫଓରେ ବି ସାମିଲ ହେବ ଏହିସବୁ ଭତ୍ତା, ସଂଚୟ ବଢିବ ହେଲେ କମିପାରେ ଟେକହୋମ ସାଲାରୀ

Advertisment
ସର୍ବୋଚ୍ଚ ନ୍ୟାୟାଳୟର ବଡ ନିଷ୍ପତି: ଏଣିକି ଇପିଏଫଓରେ ବି ସାମିଲ ହେବ ଏହିସବୁ ଭତ୍ତା, ସଂଚୟ ବଢିବ ହେଲେ କମିପାରେ ଟେକହୋମ ସାଲାରୀ

ଯଦି ଆପଣ ଅଧିକ ସେଭିଂ କରିବାକୁ ଚାହୁଁଛନ୍ତି ତେବେ ସୁପ୍ରିମ କୋର୍ଟର ଏକ ନିଷ୍ପତି ଆପଣଙ୍କ ପାଇଁ ଲାଭଜନକ ପ୍ରମାଣିତ ହୋଇପାରେ । ନିକଟରେ କୋର୍ଟ ଦେଇଥିବା ଏକ ନିଷ୍ପତି ଅନୁସାରେ ଇପିଏଫଓ ଡିଡକସନ ପାଇଁ ଦରମାର ବେସିକ୍ ଅଂଶ ସହିତ ମହଙ୍ଗା ଭତା, ବିଶେଷ ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ମଧ୍ୟ ସାମିଲ ରହିବ । ଏହାଦ୍ୱାରା ଯେଉଁ ସବୁ କର୍ମଚାରୀଙ୍କର ବେସିକ୍ ଦରମା ୧୫ ହଜାର ଟଙ୍କାରୁ କମ ରହିଛି, ସେମାନଙ୍କର ଭତ୍ତାଗୁଡିକ ଯୋଡିବା ପରେ ଅଧିକ ରାଶି ସଂଚୟ ରୂପରେ ଜମା ହୋଇପାରିବ । ତେବେ ଏହାଦ୍ୱାରା ସେମାନଙ୍କର ଟେକ୍ ହୋମ ଦରମା କମିିଯିବ ।

୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ ସୀମା

କୋର୍ଟ ସ୍ପଷ୍ଟ କରିଛି କି, ଏହାର ମୋଟ ସୀମା ୧୫ ହଜାର ଟଙ୍କା ରହିବ । ଅର୍ଥାତ୍ ୧୫ ହଜାରରୁ ଅଧିକ ବେସିକ୍ ଦରମା ପାଉଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ନାହିଁ । କୋର୍ଟ ମୁତାବକ, ପିଏଫ ଡିଡକସନ ପାଇଁ କେବଳ ଏଭଳି ଭତ୍ତା ସାମିଲ ହେବ ଯାହାକି ସ୍ଥାୟୀ ଅଟେ । ଏଥିରେ କର୍ମଚାରୀମାନଙ୍କୁ ନିଜ ପ୍ରୟାସରେ ଅର୍ଜିତ କରିଥିବା ଭତ୍ତା ଯେପରିକି ଓଭରଟାଇମ ଭତା ଆଦି ବାଦ୍ ପଡିବ ।

ଏଠାରେ ଆମେ କହି ରଖୁଛୁ କି, ଇପିଏଫଓ ନିୟମ, ୧୯୫୨ ଅନୁସାରେ, କର୍ମଚାରୀଙ୍କର ମୂଳ ଦରମାରୁ ୧୨ ପ୍ରତିଶତ ଅଂଶ ଇପିଏଫଓ ବାବଦକୁ କଂପାନୀ କାଟି ରଖିଥାଏ । ଆଉ ନିଯୁକ୍ତି କର୍ତ୍ତା ମଧ୍ୟ ଅନୁରୂପ ପରିମାଣର ଟଙ୍କା ଏଥିରେ ଜମା କରିଥାଏ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ମୂଳ ବେତନ ୧୨ ହଜାର ଟଙ୍କା ରହିଛି ତେବେ ନିଯୁକ୍ତି କର୍ତ୍ତା ପ୍ରତି ମାସ ପିଏଫ ପାଇଁ ୧,୪୪୦ ଟଙ୍କା କାଟି ରଖିବ ଏଥିସହିତ ହିଁ ନିଜେ ମଧ୍ୟ ଏତିକି ପରିମାଣର ଟଙ୍କା ପିଏଫ ଖାତାରେ ଜମା କରିବ । ହେଲେ ଯଦି ମୂଳ ବେତନ କିମ୍ବା ବେସିକ୍ ଦରମାରେ ଅନ୍ୟ ଭତା ଯୋଡା ଯାଏ ଏବଂ ୧୫ ହଜାର ପର୍ଯ୍ୟନ୍ତ ସୀମାରେ ଆସିଯାଏ ତେବେ ତାହା ୧୮୦୦ ଟଙ୍କା ହୋଇଯିବ । ଏହାଦ୍ୱାରା ଆପଣଙ୍କର ଟେକ୍ ହୋମ ଦରମା କମିଯିବ ସତ କିନ୍ତୁ ଆପଣ ଅଧିକ ସେଭିଂ କରିପାରିବେ । ଇପିଓଫଓ ଆକାଉଂଟରେ ଜମା ହୋଇଥିବା ସଂଚୟ ରାଶି ଉପରେ ଆପଣଙ୍କୁ ବ୍ୟାଙ୍କଠାରୁ ଅଧିକ ସୁଧ ଦର ମିଳିଥାଏ । ଏବେ ଏହି ଦରକୁ ୮.୩୫ ପ୍ରତିଶତକୁ ବୃଦ୍ଧି କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe