କନକ ବ୍ୟୁରୋ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତ ।  ୧୧ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ । ଆଜି ଅପରାହ୍ମରେ ରଥଯାତ୍ରା ହେବା ନେଇ ଅନୁମତି ଦେବା ପରେ ବର୍ତ୍ତମାନ ସର୍ତ୍ତାବଳୀ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ପାଇଁ କଟକଣା ଥିବାରୁ ୟା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବାରୁ ୧୧ ଗାଇଡ ଲାଇନ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

Advertisment

ନଜର ପକାନ୍ତୁ ରଥଯାତ୍ରା ପାଇଁ କେଉଁ କେଉଁ ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ

- ଗୋଟିଏ ରଥକୁ ସର୍ବାଧିକ ୫ଶହ ଜଣ ଟାଣି ପାରିବେ
- ପ୍ରତି ରଥ ଟଣା ହେବା ଭିତରେ ଘଣ୍ଟାଏ ବ୍ୟବଧାନ ରହିବ
- ପୁରୀ ଜିଲ୍ଲାକୁ ସିଲ୍ କରାଯିବ, ଆଜି ରାତି ୮ଟାରୁ କର୍ଫ୍ୟୁ
- ବସ୍, ବିମାନ ଓ ରେଳ ସେବା ସଂପୂର୍ଣ୍ଣ ବନ୍ଦ ରହିବ
- ରଥ ଟଣା ହେବା ବେଳେ କର୍ଫ୍ୟୁ ଜାରି ରହିବ
- କରୋନା ନେଗେଟିଭ୍ ଥିବା ସେବାୟତ ହିଁ ସାମିଲ ହେବେ
- ଯେଉଁ ସେବାୟତ ରଥଟଣାରେ ନିୟୋଜିତ ରହିବେ ବା ଯେଉଁମାନେ ରଥ ଟାଣିବେ ସେମାନେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ
- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉତ୍ତରଦାୟିତ୍ୱ ନେବେ
- ସରକାର ଓ ପ୍ରଶାସନ ନିୟମର ପାଳନ ପାଇଁ ଉତ୍ତରଦାୟୀ ରହିବେ
- ମୁକ୍ତ ଓ ବିନାମୂଲ୍ୟରେ ରଥଯାତ୍ରାର ପ୍ରସାରଣ କରିବେ ଗଣମାଧ୍ୟମ
- କରୋନା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଭଲ ଭାବରେ କାର୍ଯ୍ୟକରିଛନ୍ତି
- ତେଣୁ ଏଭଳି ଆଭିମୁଖ୍ୟ ରଥଯାତ୍ରାରେ ବି ରଖିବାକୁ ନିର୍ଦେଶ
- କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇପାରିବେ ରାଜ୍ୟ ସରକାର
- ରଥଯାତ୍ରାରେ ସାମିଲ ବ୍ୟକ୍ତିଙ୍କ ତଥ୍ୟ ରଖିବେ ରାଜ୍ୟ ସରକାର