ଅନୁସୂଚିତ ଜାତି/ଜନଜାତି ରାୟର ସମୀକ୍ଷା ପାଇଁ ଆଗତ ଆବେଦନର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ! ମେ ୩ରେ ହେବ ଶୁଣାଣି

Advertisment
କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ! ଆସନ୍ତାକାଲି ସନ୍ଧ୍ୟା ୪ଟାରେ ଶକ୍ତିପରୀକ୍ଷା, ବହୁମତ ହାସଲ ପାଇଁ ୟେଦିୟୁରପ୍ପାଙ୍କ ହାତରେ ମାତ୍ର ୨୮ ଘଂଟା

ମାର୍ଚ ୨୦ ତାରିଖରେ ଅନୁସୂଚୀତ ଜାତି/ଜନଜାତି ସମ୍ବନ୍ଧରେ ସୁପ୍ରିମକୋର୍ଟ ଦେଇ ଥିବା ନିଜ ରାୟର ସମୀକ୍ଷା କରିବାକୁ ଶୁକ୍ରବାର ଦିନ ରାଜି ହୋଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ। ସୁପ୍ରିମକୋର୍ଟ ମାର୍ଚ ୨୦ରେ ଦେଇଥିବା ରାୟ ଅନୁସୂଚୀତ ଜାତି/ଜନଜାତି ଆଇନରେ ଥିବା ବାଧ୍ୟତାମୂଳକ ଗିରଫଦାରି ବ୍ୟବସ୍ଥାରେ ସଂଶୋଧନ କରିବାକୁ ଚାହିଁଥିଲେ।

ଏହି ରାୟ ଯୋଗୁଁ ଦେଶବ୍ୟାପୀ ଦଳିତ ଏବଂ ଜନଜାତି ସମ୍ପ୍ରଦାୟମାନେ ଆନ୍ଦୋଳନ କରିବାରୁ ଜୀବନ ହାନି ଘଟିଥିଲା। ସମୀକ୍ଷା ପାଇଁ କରାଯାଇଥିବା ଆବେଦନରେ କେନ୍ଦ୍ର ସରକାର କହିଛନ୍ତି ଯେ ଜଷ୍ଟିସ୍ ଏକେ ଗୋଏଲ୍ ଏବଂ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଇନର ଦୁରୁପଯୋଗ ହେଉଥିବା ଦର୍ଶାଇ ଏହାର ସଂଶୋଧନ ଚାହିଁଛନ୍ତି। ଏହା କେତେକାଂଶରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି।

ଜଷ୍ଟିସ୍ ଗୋଏଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି, ଏହି ମାମଲରେ କେନ୍ଦ୍ର ସରକାର ଲିଖିତ ଆକାରରେ ଆବେଦନ ଦାଖଲ କରିଛି ଏବଂ ଏବେ ଏହା ବିଚାର ପାଇଁ ଉପଯୁକ୍ତ। ଜରୁରୀ ଭିତ୍ତିରେ ଏହାର ଶୁଣାଣି ପାଇଁ ଖଣ୍ଡପୀଠ ରାଜି ହେବା ସହ ମେ ୩ ତାରିଖକୁ ଏଥିପାଇଁ ଦିନ ଧାର୍ୟ୍ୟ କରିଛନ୍ତି। ଆଟର୍ଣ୍ଣି ଜେନେରାଲ୍ ଅଦାଲତଙ୍କୁ ସୂଚାଇ ଦେଇଛନ୍ତି କି, ମାର୍ଚ ୨୦ ରାୟର ସମୀକ୍ଷା କରିବା ପାଇଁ ଚାରିଟି ରାଜ୍ୟ ପୃଥକ୍ ଭାବେ ଆବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe