ସେବାୟତଙ୍କ ପକେଟକୁ ନୁହେଁ, ହୁଣ୍ଡିକୁ ଯିବ ଭକ୍ତଙ୍କ ଦାନ ଅର୍ଥ ! ଶ୍ରୀମନ୍ଦିର ସେବାୟତଙ୍କ ଉପରେ ସବୁଠାରୁ ବଡ କଟକଣା ଲଗାଇଲେ ସୁପ୍ରମିକୋର୍ଟ

Advertisment
ଜଗନ୍ନାଥ ମନ୍ଦିରରେ ରହିବନି ଦାନ ଥାଳି ! ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଭକ୍ତଙ୍କ ପାଇଁ ହେବ ବିଶ୍ରାମାଗାର

କନକ ବ୍ୟୁରୋ : ସେବାୟତଙ୍କ ଉପରେ ସବୁଠାରୁ ବଡ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ପୁରୀ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ । ଶ୍ରୀମନ୍ଦିରରେ ବିଶୃଙ୍ଖଳା ଅଭିଯୋଗ ନେଇ ଏକ ମାମଲାର ଶୁଣାଣି କରି ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭକ୍ତଙ୍କ ଦାନ ଅର୍ଥ ସିଧା ହୁଣ୍ଡିକୁ ଯିବ । ଏହାକୁ ନିଶ୍ଚିତ କରିବା ପାଇଁ ସିସିଟିଭିର ସହାୟତା ନିଆଯିବ । ଏଥିସହ ଭକ୍ତଙ୍କୁ ହଇରାଣ କରାଯାଉଥିବା ଅଭିଯୋଗର ଅନୁଧ୍ୟାନ କରି ଜିଲ୍ଲାକୋର୍ଟ ରିପୋର୍ଟ ଦେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଦେଶର ଅନ୍ୟ ପ୍ରସିଦ୍ଧ ମନ୍ଦିରଗୁଡିକରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଭକ୍ତଙ୍କ ଦର୍ଶନ ସହ ମନ୍ଦିର ପରିଚାଳନାକୁ ଶୃଙ୍ଖଳତି କରିବାପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲଙ୍କୁ ଆମିକସ କ୍ୟୁରୀ ଭାବେ ମଧ୍ୟ ନିଯୁକ୍ତ କରିଛନ୍ତି ।

publive-image୨୦ ମେ’ ୨୦୧୮ । ମହାରାଷ୍ଟ୍ର ଥାନେରୁ ଆସିଥିବା ଜଣେ ଭକ୍ତ ଚେତନ ଜୀ ଅମୋଲକରଙ୍କୁ ପୁରୀ ଶ୍ରୀମନ୍ଦିରରେ ଦାନ ଟଙ୍କାକୁ ନେଇ ସେବାୟତମାନେ ମାଡ ମାରିଥିବା ଅଭିଯୋଗ ହେଲା । ଏପରିକି ତାଙ୍କ ସୁନା ଚେନ ଛଡାଇନେଇଥିବା ବି ସେ ଥାନାରେ ଅଭିଯୋଗ କଲେ । ଏହାପରେ ୧୭ ଏପ୍ରିଲ ୨୦୧୮ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ଦାଖଲ କରିଥିବା ରିଜୋଲ୍ୟୁସନରେ ଉଲ୍ଲେଖ କରିଥିଲା ଯେ, ହଜିଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି । ଏପରିକି ଏପ୍ରିଲ ୪ ତାରିଖରେ ବିଶେଷଜ୍ଞ ଦଳ ଭିତର ଭଣ୍ଡାର ଯାଂଚ କରିବାକୁ ଗଲାବେଳେ ଚାବି ନଥିବା ଏଥିରେ ଉଲ୍ଲେଖ ରହିଥିଲା ।ଶ୍ରୀମନ୍ଦିରରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ଭିତରେ ରତ୍ନଭଣ୍ଡାର ଚାବି ହଜିଯିବା ପ୍ରସଙ୍ଗ ସମସ୍ତଙ୍କ ଭାବାବେଗକୁ ଆଘାତ ଦେଇଥିବାବେଳେ ଏହାକୁ ନେଇ ସୁପ୍ରମକୋର୍ଟରେ ମାମଲା ହୋଇଥିଲା । ଆଉ ଏଭଳି ବିଶୃଙ୍ଖଳାକୁ ନେଇ ଖୁବ କଡା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଶ୍ରୀମନ୍ଦିର ପରିଚାଳନାରେ ବିରାଟ ଅବ୍ୟବସ୍ଥା ଆଡକୁ ଇସାରା କରିଛି । କାରଣ କୋର୍ଟ କହିଛନ୍ତି...
- ପୁରୀ ଶ୍ରୀମନ୍ଦିରରେ ଭକ୍ତ ସମ୍ମୁଖୀନ ହେଉଥିବା ସମସ୍ୟାର ତଦନ୍ତ କରିବେ ଜିଲ୍ଲା କୋର୍ଟ
- ଆଗାମୀ ଜୁନ୍ ୩୦ ରାତିଖ ସୁଦ୍ଧା ଏକ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କୁ ଦେବେ
- ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ
- ରାଜ୍ୟ ସରକାର ମଧ୍ୟ କମିଟି ଗଠନ କରି କ’ଣ ସଂସ୍କାର ଦରକାର ପରାମର୍ଶ ଦେବେ

ତୀରୁପତି, ବୈଷ୍ଣୋଦେବୀ, ସୋମନାଥ ମନ୍ଦିର ଓ ସ୍ୱର୍ଣ୍ଣ ମନ୍ଦିର ପରି ଦେଶର ପ୍ରମୁଖ ମନ୍ଦିରଗୁଡିକରେ ଶୃଙ୍ଖଳିତ ପରିଚାଳନା ପାଇଁ ଗ୍ରହଣ କରିଯାଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ପୁରୀ ଶ୍ରୀମନ୍ଦିରରେ ଆବଶ୍ୟକ ସଂସ୍କାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
- ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ କ୍ୟୁରି ନିଯୁକ୍ତ କରାଯାଇଛି
- ଜିଲ୍ଲା କୋର୍ଟ ଓ ରାଜ୍ୟ ସରକାରଙ୍କ କମିଟି ବାଦ ନିଜସ୍ୱ ପରାମର୍ଶ ବି ଦେବେ ଆମିକସ କ୍ୟୁରି
- ହେଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ ନାହିଁ
- ଏ ସଂପର୍କୀତ ମାମଲା ହାଇକୋର୍ଟରେ ଚାଲିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି

ଦାନଟଙ୍କା ପାଇଁ ଶ୍ରୀମନ୍ଦିର ସେବାୟତ ଓ ପଣ୍ଡାମାନେ ଭକ୍ତଙ୍କୁ ହଇରାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସିଛି । ଆଉ ଏହି ପ୍ରସଙ୍ଗରେ ଖୁବ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିଭଳି ସୁରୁଖୁରୁରେ ଠାକୁରଙ୍କୁ ଦର୍ଶନ କରିପାରିବେ ଓ ଦାନଅର୍ଥ ସିଧା ଜଗନ୍ନାଥ ମନ୍ଦିରକୁ ଯିବ ସେ ବାବଦରେ ପଦକ୍ଷେପ ନେଉ ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe