କନକ ବ୍ୟୁରୋ: ଏଣିକି ଚାକିରି ମଝିରୁ ଇସ୍ତଫା ଦେଲେ ମିଳିବ ନାହିଁ ପେନସନ । ଏକ ମାମଲାର ଶୁଣାଣି କରିବାକୁ ଯାଇ ଏଭଳି ଏକ ଚରମ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସୁପ୍ରମିକୋର୍ଟଙ୍କ ନିଷ୍ପତି ଅନୁଯାୟୀ, ଯଦି କୌଣସି ସରକାରୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ ତଥା ଚାକିରି ମଝିରେ ଇସ୍ତଫା ଦିଅନ୍ତି ତେବେ ଉକ୍ତ କର୍ମଚାରୀ ଜଣକ ସେଂଟ୍ରାଲ୍ ସିଭିଲ୍ ସର୍ଭିସ ପେନସନ ରୁଲ୍ ଅନୁସାରେ ଭତ୍ତା ପାଇବାର ଯୋଗ୍ୟ ନୁହଁନ୍ତି ।
ସୂଚନା ମୁତାବକ, ବିଏସଇଏସ ଯମୁନା ପାୱାର ଲିମିଟେଡରେ ଚପରାସୀ ପଦବୀରେ କାମକରୁଥିବା ଧନଶ୍ୟାମ ଚନ୍ଦ୍ର ଶର୍ମା ନାମକ ଜଣେ କର୍ମଚାରୀ ୭ ଜୁଲାଇ ୧୯୯୦ରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ସେଂଟ୍ରାଲ୍ ସିଭିଲ୍ ସର୍ଭିସର ନିୟମ ଅନୁସାରେ କଂପାନୀ ପକ୍ଷରୁ ଧନଶ୍ୟାମଙ୍କୁ ପେନସନ ଦେବାକୁ ମନା କରିଦିଆଯାଇଥିଲା । ଏହାଛଡା କର୍ମଚାରୀଙ୍କୁ କୁହାଯାଇଥିଲା କି, ସେ ସ୍ୱଇଚ୍ଛାରେ କଂପାନୀରୁ ଅବସର ନେବା ପାଇଁ ଜରୁରୀ ୨୦ ବର୍ଷର ସେବା ବି ସଂପୂର୍ଣ୍ଣ କରିନାହାନ୍ତି । ତେବେ ପରବର୍ତ୍ତୀ ସମୟରେ କଂପାନୀର ନିଷ୍ପତି ବିରୋଧରେ ଯାଇ ଧନଶ୍ୟାମ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଧନଶ୍ୟାମଙ୍କ ସପକ୍ଷରେ ନିଷ୍ପତି ଶୁଣାଇ ତାଙ୍କୁ ପେନସନ ଦେବାକୁ କଂପାନୀକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ କଂପାନୀ ମଧ୍ୟ ଦିଲ୍ଲୀ ହାଇକୋର୍ଟର ନିଷ୍ପତି ବିରୋଧରେ ଯାଇ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲା । ଯାହାର ଶୁଣାଣୀ କରି ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଧନଶ୍ୟାମ କଂପାନୀର ନିୟମ ଅନୁସାରେ ଆବଶ୍ୟକ ସେବା ସମୟ ପୁରଣ କରିନାହାନ୍ତି ଏବଂ ସ୍ୱଇଚ୍ଛାକୃତ ଭାବେ ସେବାନିବୃତି ପାଇଁ କରିଥିବା ଆବେଦନକୁ କଂପାନୀ ରଦ୍ଦ କରିବା ସତ୍ୱେ ବି ସେ ଚାକିରି ଛାଡିଛନ୍ତି । ଯାହାକି ଆଦୌ ଯୁକ୍ତି ଯୁକ୍ତ ନୁହେଁ । ତେବେ କୋର୍ଟ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି, ସେଂଟ୍ରାଲ ସିଭିଲ ସର୍ଭିସ ପେନସନ ରୁଲ୍ ଅନୁସାରେ ଯଦି କୌଣସି କର୍ମଚାରୀ ଇସ୍ତଫା ଦିଅନ୍ତି ତେବେ କଂପାନୀ ପାଇଁ ପୂର୍ବରୁ ସେ ଦେଇଥିବା ଯୋଗଦାନକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି ଧରା ଯିବ । ସେହିଭଳି ଯଦି କୌଣସି କର୍ମଚାରୀ ୨୦ ବର୍ଷର ସେବା ଶେଷ କରିଦିଅନ୍ତି ତେବେ ସେ ସ୍ୱଇଚ୍ଛାରେ ଚାକିରିରୁ ଅବସର ନେଇପାରିବେ ଏବଂ ସେ ପେନସନର ହକଦାର ମଧ୍ୟ ହୋଇପାରିବେ । ତେବେ ସେଂଟ୍ରାଲ ସିଭିଲ ସର୍ଭିସ ପେନସନ ରୁଲ୍ ୩୧ ଡିସେମ୍ବର ୨୦୦୩ରୁ ପ୍ରଥମେ ସାଧାରଣ ଏବଂ ଡିଫେନ୍ସ କ୍ଷେତ୍ରରେ ନିଯୁକ୍ତ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟକାରୀ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/PENSION.jpg)