କନକ ବ୍ୟୁରୋ : ଅପରାଧିକ ମାମଲାରେ ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ବଡ ଦଖଲ ଦେଇଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ପୋଲିସ ମିଡିଆ ବ୍ରିଫିଂ ଉପରେ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯାଉ । ଦୁଇମାସ ମଧ୍ୟରେ ଗଣମାଧ୍ୟମ ବ୍ରିଫିଂ ସମ୍ପର୍କିତ ମାନୁଆଲ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ତରଫରୁ ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ଡିଜିପି ଏକମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ । ୨୦୨୪ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ।

Advertisment

ଏହି ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଗଣମାଧ୍ୟମ ଶୁଣାଣି ଦ୍ୱାରା ନ୍ୟାୟ ପ୍ରଶାସନ ପ୍ରଭାବିତ ହେଉଛି । ପୋଲିସରେ ସମ୍ବେଦନଶୀଳତା ଆଣିବା ଜରୁରୀ । କେଉଁ ପର୍ଯ୍ୟାୟରେ ତଦନ୍ତର ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପସଙ୍ଗ । କାରଣ ଏହା ପୀଡିତ ବା ପୀଡତା ଏବଂ ଅଭିଯୁକ୍ତଙ୍କ ସହିତ ସାଧାରଣ ଜନତାଙ୍କୁ ସ୍ୱାର୍ଥ ସହିତ ଜଡିତ । ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂରେ ଜନସ୍ୱାର୍ଥର ଅନେକ ଦିଗ ଅନ୍ତର୍ଭୁକ୍ତ । ମୌଳିକ ସ୍ତରରେ ଭାଷଣ ଏବଂ ଅଭିବ୍ୟକ୍ତିର ମୌଳିକ ଅଧିକାର ଉଭୟ ଗଣମାଧ୍ୟମର ମତାମତ, ଖବର ଚିତ୍ରଣ ଏବଂ ପ୍ରସାରଣ କରିବାର ଅଧିକାର ଦୃଷ୍ଟିରୁ ସିଧାସଳଖ ଜଡିତ । ଏଣୁ ମିଡିଆ ଟ୍ରାଏଲକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।