ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: କହିଲେ ଆର୍ଥିକ କାରବାର ପାଇଁ ଖୋଲା ରହୁଛି ମଲ, କିନ୍ତୁ ମନ୍ଦିର ଖୋଲିବା ବେଳେ କହୁଛ କରୋନା କଥା; ସେପଟେ ଜୈନ ମନ୍ଦିର ଖୋଲିବା ପାଇଁ ଦେଲେ ଅନୁମତି

237

କନକ ବ୍ୟୁରୋ: ଗଣେଶ ପୂଜା କରିବା ପାଇଁ ମନା କରିବା ସହ ଜୈନ ମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଏହାସହ କରୋନା ପରିଚାଳନା ଓ ମନ୍ଦିର ଉପରେ କଟକଣା ନେଇ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ଯେତେବେଳେ ଟଙ୍କା କାରବାର ଓ ଅର୍ଥନୀତିର କଥା ଆସୁଛି ମହାରାଷ୍ଟ୍ର ସରକାର ସବୁ କିଛି ଖୋଲି ଦେଉଛନ୍ତି । ମଲ ଖୋଲି କାରବାର ଚଳାଇଛନ୍ତି ଯେତେବେଳେ ମନ୍ଦିର ଖୋଲିବା କଥା ଆସୁଛି ସେତେବେଳେ କରୋନା ସଂକ୍ରମଣର କଥା କହୁଛନ୍ତି ।

ଏହା ସହ ଜୈନ ଧର୍ମାବଲମ୍ବୀଙ୍କ ସ୍ୱତନ୍ତ୍ର ପର୍ବ ଥିବା କାରଣରୁ ୨୨ଅଗଷ୍ଟ ଓ ୨୩ଅଗଷ୍ଟରେ ଜୈନ ମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଦାଦର,ବାଇକୁଲା ଓ ଚେମ୍ବୁରରେ ଜୈନ ମନ୍ଦିର ଖୋଲିବା ନେଇ ଅନୁମତି ଦେଇଛନ୍ତି । ଏହି ସମୟରେ କିନ୍ତୁ କୋଭିଡ କଟକଣା ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କିନ୍ତୁ ଗଣେଶ ପୂଜା ପାଇଁ ଅନୁମତି ଦେଇ ନାହାଁନ୍ତି ସୁପ୍ରିମକୋର୍ଟ । ଏମିତିକି ଏହି ନିଷ୍ପତ୍ତି କେବଳ ତିନିଟି ସ୍ଥାନରେ ଜୈନ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଉଛି । ଅନ୍ୟମନ୍ଦିର କିମ୍ବା ଗଶେଶ ପୂଜା ପାଇଁ ଏହି ଅନୁମତି ନଥିବାକହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।