ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି । କହିଲେ ଚାଷୀ ରାଲିରେ ଆସିବେ କି ନାହିଁ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।

Advertisment
ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି । କହିଲେ ଚାଷୀ ରାଲିରେ ଆସିବେ କି ନାହିଁ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।

New Delhi: A day ahead of the next round of talks with the Union government, thousands of farmers organised a 'tractor march', describing the event as a "rehearsal" for a similar roadshow proposed on January 26 to oppose the three new central farm laws; at Ghazipur Border on Jan 7, 2021. (Photo: Bidesh Manna/IANS)

କନକ ବ୍ୟୁରୋ: କୃଷକ ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସାଧାରଣତନ୍ତ୍ର ଦିବସରେ  କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା  କରିବାକୁ ମଧ୍ୟ ଏକ ବଡ ଧରଣର ଯୋଜନା କରିଛନ୍ତି ।  ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି , ସାଧାରଣତନ୍ତ୍ର ଦିବସରେ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ ରହିବ କି ନାହିଁ ସେ ନିଷ୍ପତି ଦିଲ୍ଲୀ ପୋଲିସ ନେବ । ଜାନୁଆରୀ ୨୬ରେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଦିଲ୍ଲୀ ପୋଲିସ ଏ ସମ୍ପର୍କିତ ନିଷ୍ପତି ନେବ, କୋର୍ଟ ନୁହେଁ ।

ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଏହାର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନ ଦେବା ନେଇ କୋର୍ଟ ହସ୍ତକ୍ଷେପ କରିବାକୁ ଯେତେବେଳେ ଆଟର୍ଣ୍ଣି ଜେନେରାଲ  କେ କେ ଭେନୁଗୋପାଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଅନୁରୋଧ କରିଥିଲେ ସେତେବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ କହିଥିଲେ, ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର କ୍ଷମତା କଣ ତାହା ଆମେ କେନ୍ଦ୍ର ସରକାରଙ୍କୁ କହିବା ଦରକାର ନାହିଁ ।

ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ  ଏଭଳି ଶୋଭାଯାତ୍ରାକୁ ଅନୁମତି ଦେବେ ନା ନାଁ ସେ ଉପରେ ସମସ୍ତଙ୍କ ନଜର ରହିଛି । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ,  ଶୋଭାଯାତ୍ରା ଯୋଗୁଁ  ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ ।

ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏଥିସହ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ବାତିଲ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏଯାଏଁ ୯ ରାଉଣ୍ଡ ଆଲୋଚନା ହୋଇସାରିଛି  । ହେଲେ ଏଯାଏଁ କୌଣସି ସମାଧାନ ବାହାରି ପାରିନାହିଁ  । ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ବେଳେ ଏହାକୁ ଗ୍ରହଣ କରିନାହିଁ କେନ୍ଦ୍ର ସରକାର  । ସେପଟେ ନୂଆ କୃଷି ଆଇନ ଲାଗୁ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ  । ଏହାସହ ଏହି ଆଇନ ଉପରେ ରିପୋର୍ଟ ଦେବାକୁ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ  । ତେବେ ଏହି କମିଟିରୁ ଚାଷୀ ନେତା ଭୂପିନ୍ଦର ସିଂ ଓହରିଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe