ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । ପ୍ରଦୂଷଣ ନିୟନ୍ତ୍ରଣ ନେଇ ପୁଣି କଲେ ତାଗିଦ୍ ।

64

କନକ ବ୍ୟୁରୋ: ଦିଲ୍ଲୀରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ କଣ ପଦକ୍ଷେପ ନେଉଛନ୍ତି ସରକାର ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନାୟାଳୟ । ମଙ୍ଗଳବାର ହୋଇଥିବା ଜରୁରୀ ବୈଠକରେ ଯାହା ଆଲୋଚନା ହୋଇଛି, ତାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ପ୍ରଦୂଷଣକୁ ନେଇ ଶୁଣାଣି ବେଳେ ଦିଲ୍ଲୀ ସରକାରଙ୍କ ଭୂମିକା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ । ସେପଟେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ସନ ମୋଡରେ କେଜ୍ରିୱାଲ ସରକାର ।

– ଦିଲ୍ଲୀରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ

–  ଦିଲ୍ଲୀ ସରକାର ଅଧିନସ୍ଥ କର୍ମଚାରୀ ଘରୁ ରହି କରିବେ କାମ

– ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ

– ଜରୁରୀକାଳିନ ଟ୍ରକ ସେବାକୁ ଅନୁମତି

– ୧ ହଜାର ସିଏନଜି ବସ୍ ଭଡାରେ ଆଣିବେ ଦିଲ୍ଲୀ ସରକାର

– ବାହନ ପ୍ରଦୂଷଣ ଯାଂଚ ପାଇଁ ୧୦ ବର୍ଷ ପୁରୁଣା ପେଟ୍ରୋଲ ଗାଡି ଓ ୧୫ ବର୍ଷ ପୁରୁଣା ଗାଡି ତାଲିକା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର

ଦିଲ୍ଲୀ ପ୍ରଦୂଷଣ ନେଇ ବୁଧବାର ଶୁଣାଣି କରି ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବ୍ୟାନ୍ ପରେ ବି ଦୀପାବଳିରେ କିପରି ବାଣ ଫୁଟିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ସେପଟେ ବିରୋଧୀ ମଧ୍ୟ କେଜ୍ରିୱାଲ ସରକାରଙ୍କୁ ଘେରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଦିଲ୍ଲୀ ସରକାର ସଠିକ୍ ଭାବେ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବୁଧବାର ସୁପ୍ରିମକୋର୍ଟରେ ୩୯୨ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଜଣାଇଛି ଯେ ସରକାରୀ କର୍ମଚାରୀ ୱାର୍କଫ୍ରର୍ମ ହୋମ୍ ଦ୍ୱାରା  ବିଶେଷ କିଛି ଫାଇଦା ହେବ ନାହିଁ । କୋଭିଡ ଯୋଗୁଁ ବିଭିନ୍ନ ସରକାରୀ କାମ ପ୍ରଭାବିତ ହୋଇଛି । ଏଣୁ ଏବେ ୱାର୍କଫ୍ରର୍ମ ହୋମ୍ କରିବା ସମ୍ଭବ ନୁହେଁ ।