ମାଗଣାରେ କର କରୋନା ପରୀକ୍ଷା । କରୋନା ନମୂନା ମାଗଣାରେ ପରୀକ୍ଷା କରିବା ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । କହିଲେ ଘରୋଇ ଲ୍ୟାବର ଖର୍ଚ୍ଚ ମଧ୍ୟ ବହନ କରନ୍ତୁ ସରକାର ।

407

କନକ ବ୍ୟୁରୋ: କରୋନା ପରୀକ୍ଷା ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ପରୀକ୍ଷା ମାଗଣା କରିବାକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ମାଗଣାରେ ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଉଭୟ ସରକାରୀ ଓ ବେସରକାରୀ ଲ୍ୟାବରେ ମାଗଣାରେ କରୋନା ପରୀକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି । କେବଳ ଅନୁମତିପ୍ରାପ୍ତ ଲ୍ୟାବ ଗୁଡିକରେ ହିଁ କରୋନା ପାଇଁ ନମୂନା ପରୀକ୍ଷା କରାଯାଇପାରିବ ।

Comments are closed.