କନକ ବ୍ୟୁରୋ : ସଂସଦ ଓ ବିଧାନସଭାକୁ ଅପରାଧମୁକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ । ହାଇକୋର୍ଟଙ୍କ ଅନୁମୋଦନ ବିନା ରାଜ୍ୟ ସରକାରଗୁଡିକ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ୩ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏ ସଂପର୍କରେ ଆମିକସ କ୍ୟୁରି ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ ଏକ ରିପୋର୍ଟ ଦାଖଲ କରିଥିଲେ । ଏଥିରେ ଜନସ୍ୱାର୍ଥ ଦୃଷ୍ଟିରୁ ସିଆରପିସିର ଧାରା ୩୨୧ରେ ଜନପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାରକୁ ଅନୁମତି ଥିବା କୁହାଯାଇଥିଲା । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ତେବେ ୟୁପି ସରକାର ପ୍ରାୟ ୭୬ ଜଣ ଜନପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଥିବା ଏହି ରିପୋର୍ଟରେ କୁହାଯାଇଥିଲା । ଗତବର୍ଷ ଅଗଷ୍ଟରେ କର୍ଣ୍ଣାଟକ ସରକାର ମଧ୍ୟ ୬୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।