କନକ ବ୍ୟୁରୋ: ଭିଭିପ୍ୟାଟ ଭେରିଫିକେସନ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରିବା ସହ ଇଭିଏମରେ ସବୁସ୍ଥାନରେ ଭୋଟିଙ୍ଗ କରିବାକୁ କ୍ଲିନଚିଟ ଦେଇଛନ୍ତି ସୁପ୍ରମିକୋର୍ଟ ।

Advertisment

ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରୋଲ୍ (ଭିଭିପ୍ୟାଟ) ସ୍ଲିପ୍ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଅନେକ ଦିନ ଧରି ଭିଭିପିଏଟି ମାମଲାର ଶୁଣାଣି କରିବା ପରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଭିଭିପିଏଟି ସ୍ଲିପ୍ ସହ ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟକୁ ଶତପ୍ରତିଶତ ଟାଲି କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

କ’ଣ ଏହି ଭିଭିପ୍ୟାଟ୍?
ଭାରତ ଇଲେକ୍ଟ୍ରୋନିକ୍ସ ଲିମଟେଡ୍ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୧୩ ଏହି ଭିଭିପ୍ୟାଟ୍ ବା ଭୋଟର ଭ୍ୟାରିଏବଲ ପେପର ଅଡଟ୍ ଟ୍ରୋଲ ମେସିନ ଢିଜାଇନ୍ କରାଯାଇଥିଲା । ଏହି ଦୁଇଟି ହେଉଛି ସେହି କମ୍ପାନୀ ଯିଏ ଇଭିଏମ୍ ମେସିନ ମଧ୍ୟ ବନାଇଥିଲେ । ତେବେ ଭିଭିପ୍ୟାଟ୍ ମେସିନରେ ପ୍ରଥମ ଥର ପାଇଁ ୨୦୧୪ରେ ନାଗାଲ୍ୟାଣ୍ଡରେ ଭୋଟିଙ୍ଗ ହୋଇଥିଲା । ଏହାପରେ ୨୦୧୪ରେ ଲୋକସଭା ନିର୍ବାଚନରେ କିଛି ଆସନରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା । ୨୦୧୯ରେ ପ୍ରଥମଥର ପାଇଁ ଏହାକୁ ଦେଶବ୍ୟାପୀ ବ୍ୟବହାର କରାଯାଇଥିଲା ।
ଏହାକୁ ଇଭିଏମ୍ ମେସିନରେ ସଂଲଗ୍ନ କରାଯାଇଥାଏ । ଭୋଟର ଭୋଟ ଦେଇସାରିବା ପରେ ଏହି ମେସନରେ ଏକ ଚିରକୁଟି ପେପର ବାହାରେ ଯେଉଁଥିରେ ଭୋଟରଙ୍କ ନାଁ ଏବଂ ସେ ଭୋଟ ଦେଇଥିବା ଚିହ୍ନ ପ୍ରିଣ୍ଟ ଥାଏ । ଏହା ଭିଭିପ୍ୟାଟ ସ୍କ୍ରିନ ଉପରେ ୭ ସେକେଣ୍ଡ ପାଇଁ ଦୃଶ୍ୟମାନ ହୁଏ ଏବେ ପରେ ଏ÷ହା ଭିଭିପ୍ୟାଟର ଡ୍ରପ୍ ବକ୍ସରେ ପଡିଯାଏ ।