ମୃତ୍ୟୁଦଣ୍ଡର ଅମାନବୀୟ ଉପାୟ ‘ଫାଶୀ’ ! ବିକଳ୍ପ ଖୋଜିବା ପାଇଁ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍

Advertisment
ପ୍ରେମରେ ଅସଫଳ ହେଲେ, ପ୍ରେମିକା ବାହାଘର ଦିନ ଆତ୍ମହତ୍ୟା କଲେ

Image Courtesy : http://media2.intoday.in

କନକ ବ୍ୟୁରୋ : ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌ କରିଛନ୍ତି। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଅନ୍ୟ ଯେଉଁସବୁ ସହଜ ବିକଳ୍ପ ରହିଛି ସେଥିରୁ କେଉଁ ଉପାୟକୁ ଗ୍ରହଣ କରାଯିବ ସେ ସଂପର୍କରେ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ କହିଛନ୍ତି । ୩ ମାସ ମଧ୍ୟରେ ସରକାର ଏ ବାବଦରେ ଜବାବ ରଖିବାକୁ କୁହାଯାଇଛି।

ଫାଶୀ ବ୍ୟବସ୍ଥା ଅତ୍ୟନ୍ତ ନିଷ୍ଠୁର ଓ ଯନ୍ତ୍ରଣାଦାୟକ ଥିବାରୁ ଏହାର ବକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସୁପ୍ରିମ୍‌‌ କୋର୍ଟରେ ମାମଲା ଦାଏର ହୋଇଥିଲା। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ବିଷ ଇଂଜେକ୍ସନ ପ୍ରୟୋଗ କରିବା, ଗୁଳି ମାରିବା କିମ୍ବା ବିଦ୍ୟୁତ୍‌‌ ଝଟ୍‌‌କା ଦେବା ଆଦି ବିକଳ୍ପରୁ କୌଣସିକୁ ଗ୍ରହଣ କରିବା ପାଇଁ ଦାବି କରି  ସୁପ୍ରିମ୍‌ କୋର୍ଟରେ ଆଇନଜୀବୀ ଋଷି ମଲହୋତ୍ରା ଆବେଦନ କରିଥିଲେ।

ଋଷି ମଲହୋତ୍ରା ଦେଇଥିବା ଦଲିଲ୍ ଅନୁସାରେ, ସମ୍ବିଧାନର ଅନୁଛେଦ ୨୧ରେ ଗରିମା ଏବଂ ସମ୍ମାନର ସହ ବଂଚିବା ଏବଂ ସମ୍ମାନର ସହ ମରିବା ଅଧିକାର ସାମିଲ୍ ଅଛି ।  କିନ୍ତୁ ଫାଶୀ ଦେବା ଦ୍ୱାରା ବ୍ୟକ୍ତିଙ୍କର ସମ୍ମାନର ସହ ମରିବାର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ  । ତେଣୁ ଫାଶୀର ବିକଳ୍ପ ବାହାର କରିବା ଉଚିତ୍  ।

ଫାଶୀ ଦେବା ପାଇଁ ପ୍ରାୟ ୪୦ ମିନିଟ୍‌ ଲାଗିଥାଏ। ଏହା ବଦଳରେ ଗୁଳି ମାରିଲେ କିମ୍ବା ବିଦ୍ୟୁତ ଚେୟାରରେ କିଛି ମିନିଟ୍‌ ପାଇଁ ବସାଇଦେଲେ ମୃତ୍ୟୁ ସହଜରେ ହୋଇପାରିବ ବୋଲି କୁହାଯାଇଛି।। ଶୁଣାଣିରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ମୃତ୍ୟୁ ଦଣ୍ଡ ଦେବାପାଇଁ ନୂତନ ବୈଜ୍ଞାନିକ ଆବିଷ୍କାରକୁ ଗ୍ରହଣ କରିବା ନିମନ୍ତେ ବିଚାର କରିବାକୁ ହେବ। ଦୋଷୀକୁ ଶାନ୍ତିରେ ମୃତ୍ୟୁ ଦେବା ଉପରେ ମୁଖ୍ୟ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe