ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ । ଆବେଦନ ପରେ ସିବିଆଇକୁ ନୋଟିସ୍ କଲେ ସର୍ବୋଚ୍ଚ ନ୍ୟାୟାଳୟ 

305

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ୫ ବର୍ଷୀୟ ପରୀର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତରେ ନିବେଦନ କରିଛନ୍ତି ପରୀର ମାଆ ।

ବଡକଥା ହେଉଛି ଏହି ଆବେଦନକୁ ନେଇ ସିବିଆଇକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ ଏସଆଇଟି ତଦନ୍ତ କରୁଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଘଟଣାକୁ ନେଇ ଓଡିଶାରେ ରାଜନୀତି ମଧ୍ୟ ଜୋର ଧରିଥିବା ବେଳେ ଏବେ ସୁପ୍ରିମକୋର୍ଟ ଏନେଇ ସିବିଆଇକୁ ନୋଟିସ୍ କରିବା, ମାମଲାକୁ ଅଧିକ ଚର୍ଚାକୁ ଆଣିଛି ।