କ୍ରିପ୍ଟୋ କରେନ୍ସିକୁ ନେଇ ଆରବିଆଇର କଟକଣାକୁ ହଟାଇଲେ ସୁପ୍ରିମକୋର୍ଟ । ଏଣିକି ବିଟ୍ କଏନରେ କରିହେବ ବାଣିଜ୍ୟ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଭର୍ଚୁୁଆଲ କରେନ୍ସି ପରି ବିଟ୍ କଏନରେ ହେବ ଆଇନଗତ ବାଣିଜ୍ୟ ।

241

କନକ ବ୍ୟୁରା: କ୍ରିପ୍ଟୋ କରେନ୍ସି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଲେ ସୁପ୍ରିମକୋର୍ଟ । ଏହି ପ୍ରତିବନ୍ଧକ ଆରବିଆଇ ଦ୍ୱାରା ଲାଗୁ କରାଯାଇଥିଲା । ଏବେ ଏହି କଟକଣା ହଟିବା ଦ୍ୱାରା କ୍ରିପ୍ଟୋ କରେନ୍ସି ବା ବିଟ୍ କଏନ ଦ୍ୱାରା ବାଣିଜ୍ୟ କରିହେବ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଭର୍ଚୁୁଆଲ କରେନ୍ସି ପରି ବିଟ୍ କଏନ ଦ୍ୱାରା ଆଇନଗତ ଭାବେ ବାଣିଜ୍ୟ କରିହେବ ।

୨୦୧୮ରେ ଆରବିଆଇ କ୍ରିପ୍ଟୋ କରେନ୍ସି ଟ୍ରେଣ୍ଡିଂରେ ଯୋଡ଼ି ହୋଇ ରହିଥିବା ଆର୍ଥିକ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏଥିରେ କ୍ରିପ୍ଟୋ କରେନ୍ସିରେ ବ୍ୟବସାୟ ନକରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଆରବିଆଇର ଏହି ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଂଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ ।

ଏପ୍ରିଲ ୨୦୧୮ରେ ଆରବିଆଇ କ୍ରିପ୍ଟୋ କରେନ୍ସିକୁ ନେଇ ଏକ ସର୍କୁଲାର ଜାରି କରିଥିଲା । ଏଥିରେ ଭର୍ଚୁଆଲ କରେନ୍ସିରେ ବ୍ୟବସାୟ ନକରିବା ଏବଂ କୋଣସି ବ୍ୟକ୍ତି ଏବଂ ଇ-କାର୍ଡ଼କୁ ଏହି ସମ୍ପର୍କିତ ସେବା ପ୍ରଦାନ ନକରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆଇଏଏମଏଆଇ । ଆରବିଆଇ ଭର୍ଚୁଆଲ କରେନ୍ସି ମାଧ୍ୟମରେ ବୈଧ ବ୍ୟବସାୟିକ ଗତିବିଧି ଉପର ପ୍ରତିବନ୍ଧକ ଲଗାଇଥିବା ନେଇ ଇଂଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ୍ସ ଅଫ ଇଣ୍ଡିଆ ଅଭିଯୋଗ ଆଣିଥିଲା ।

ଇଂଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ୍ସ ଅଫ ଇଣ୍ଡିଆ ତଥା ଆଇଏଏମଏଆଇର ସଦସ୍ୟ ଜଣେ ଅନ୍ୟ ଜଣଙ୍କ ମଧ୍ୟରେ କ୍ରିପ୍ଟୋକରେନ୍ସି ଅଦଳବଦଳ କରିଥାନ୍ତି । କ୍ରିପ୍ଟୋ କରେନ୍ସ ଏକ ଏମିତି ମୁଦ୍ର ଯାହା କମ୍ପୁଟର ଆଲଗୋରିଦିମ୍ ଉପରେ ପ୍ରସ୍ତୁତ ହୋଇଥାଏ । ଏହା ଏକ ସ୍ୱତନ୍ତ୍ର ମୁଦ୍ରା, ଯାହାର କୌଣସି ମାଲିକ ନଥାନ୍ତି । ଏହି କରେନ୍ସି ଉପରେ କୌଣସି ବିଭାଗର ହସ୍ତକ୍ଷେପ ନଥାଏ । ଡ଼ିଜିଟାଲ କରେନ୍ସି ତଥା କ୍ରିପ୍ଟୋ କରେନ୍ସି ଇଂଟରନେଟରେ ଚାଲୁଥିବା ଏକ ଭର୍ଚୁଆଲ କରେନ୍ସି ।