ବିଦାୟ ସମାରୋହରେ ଖୋଲିଲା ରହସ୍ୟ, ସୁପ୍ରମକୋର୍ଟର ଜଜ୍ ହେବା ପୂର୍ବରୁ ବଲିଉଡ ସିନେମାରେ କାମ କରିଛନ୍ତି ଏହି ଜଜ୍

284

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ମୁଖ୍ୟ ୫ ଜଣ ଜଜ୍ ଙ୍କ ମଧ୍ୟରୁ ଏଲ,ନାଗେଶ୍ୱର ରାଓ ଅନ୍ୟଜଣେ । ସେ ଜୁନ ୭ ତାରିଖରେ ଅବସର ନେବାକୁ ଯାଉଛନ୍ତି । ହେଲେ ତା ପୂର୍ବରୁ ସୁପ୍ରିମକୋର୍ଟ ବାର ଆସୋସିଏସନ ତାଙ୍କୁ ବିଦାୟ ସମ୍ବୋର୍ଦ୍ଧନା ଦେଇଛି । ଏହି ଅବସରରେ ବାସ ଆସୋସିଏସନର ଉପାଧ୍ୟକ୍ଷ ପ୍ରଦୀପ ରାୟ ଜଷ୍ଟିସ ନାଗେଶ୍ୱର ରାଓଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି କି ଜଷ୍ଟିସ ନାଗେଶ୍ୱର ରାଓ ଜଜ୍ ହେବା ପୂର୍ବରୁ ବଲିଉଡ ସିନେମାରେ ଜଣେ କଳାକାର ଭାବେ କାମ କରୁଥିଲେ । ସେ ୧୯୮୯ ରେ ରିଲିଜ ହୋଇଥିବା ସିନେମା “କାନୁନ୍ ଅପନା ଅପନା” ରେ ଜଣେ ଇନସ୍ପେକ୍ଟର ଭୂମିକାରେ ଅଭିନୟ କରିଥିଲେ । ଏହି ସିନେମାରେ ସଞ୍ଜୟ ଦତ୍ତଓ କାଦର ଖାନ ମଧ୍ୟ ଅଭିନୟ କରିଥିଲେ । ଏହାସହ ସେ ଅନ୍ୟ କିଛି ହିନ୍ଦି ସିନେମାରେ ମଧ୍ୟ ଅଭିନୟ କରିଥିବା କଥା ପ୍ରଦୀପ ରାୟ କହିଛନ୍ତି ।

ଏହି ବିଦାୟ ସମାରୋହରେ ଜଷ୍ଟିସ ରାଓ ମୁଖ୍ୟ ବିଚାରପତି ଏନ ବି ରମନ୍ନାଙ୍କ ସହ ମଞ୍ଚରୁ କହିଥିଲେ କି ସେ ସନ୍ୟାସୀ ନୁହଁନ୍ତି ବରଂ ଅନେକ ସମୟରେ କାମ କରିବା ବେଳେ ସେ ଚାପରେ ପଡିଥିଲେ । କହିରଖୁ କି ଜଷ୍ଟିସ ରାଓ ସୁପ୍ରମକୋର୍ଟ ଇତିହାସରେ ସପ୍ତମ ବ୍ୟକ୍ତି ଯେ କି, ବାର ଆସୋସିଏସନରୁ ସିଧା ସଳଖ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେ ସୁପ୍ରିମ କୋର୍ଟରେ ବିଚାରପତି ଭାବେ ୬ ବର୍ଷ କାମ କଲେ ।