ସୁପ୍ରିମକୋର୍ଟର ସୁପ୍ରିମ୍ ରାୟ: ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହେଲେ ଡାକ୍ତରଙ୍କ ବିରୋଧରେ ରୁଜୁ ହେବ ଅପରାଧିକ ମାମଲା,ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ଜେଲ

Advertisment
ସୁପ୍ରିମକୋର୍ଟଙ୍କ ବଡ ରାୟ: ପାର୍କିଂରୁ ଗାଡି ହଜିଲେ ଦାୟୀ ରହିବେ କର୍ତ୍ତୃପକ୍ଷ, ଗାଡି ମାଲିକକୁ ଦେବାକୁ ପଡିବ କ୍ଷତିପୂରଣ

ଏକ ମାମଲାର ଶୁଣାଣୀ କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ନିଷ୍ପତି ଅନୁସାରେ, ଯଦି କୌଣସି ରୋଗୀର ଡାକ୍ତରଙ୍କ ଅସାବଧାନତା ତଥା ଦାୟିତ୍ୱହୀନତା କାରଣରୁ ମୃତ୍ୟୁ ଘଟେ କିମ୍ବା ରୋଗୀକୁ ସାରା ଜୀବନ କୌଣସି ବଡ ଅସୁବିଧାର ସାମ୍ନା କରିବାକୁ ପଡେ ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ ଏନେଇ ଅପରାଧିକ ମାମଲା ରୁଜୁ କରାଯିବ ଏବଂ ଏଥିସହତି ହିଁ ଉକ୍ତ ଡାକ୍ତର ଏବଂ ଅନୁଷ୍ଠାନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୌଣସି ଡାକ୍ତର ଯଦି ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତି , ଯାହାଦ୍ୱାରା ତାଙ୍କ ଅଧିନରେ ଚିକିତ୍ସିତ ହେଉଥିବା ରୋଗୀର ଜୀବନ ଚାଲିଯାଏ ବା ବିପଦ ଆସିଯାଏ ତେବେ ଏଥିପାଇଁ ଏଣିକି ରୋଗୀର ସଂପର୍କୀୟଙ୍କୁ ଆଉ ଆଇନକୁ ହାତରେ ନେବାକୁ ପଡିବ ନାହିଁ । କାହିଁକି ନା ଏଭଳି ଡାକ୍ତରଙ୍କୁ ଆଇନ ଅନୁଯାୟୀ ହିଁ ଦଣ୍ଡ ମିଳିବା ଉଚିତ । ଆପଣ ଡାକ୍ତର, ମେଡିକାଲ, ନର୍ସିଂହୋମ ଏବଂ ହେଲଥ ସେଂଟର ବିରୋଧରେ ମାମଲା ରୁଜୁ ମଧ୍ୟ କରିପାରିବେ । ଯଦି ଆପଣ ଅପରାଧୀକ ମାମଲା କରନ୍ତି ତେବେ ଡାକ୍ତରଙ୍କୁ ଜେଲ ମଧ୍ୟ ହୋଇପାରେ । ସେହିଭଳି ଯଦି ଆପଣ ସିଭିଲ କେସ କରନ୍ତି ତେବେ ଆପଣଙ୍କୁ କ୍ଷତିପୂରଣ ମଧ୍ୟ ମିଳିପାରେ । ଏଭଳି ମାମଲାରେ କୋର୍ଟ ପୀଡିତ ପକ୍ଷକୁ ଅଧିକରୁ ଅଧିକ କ୍ଷତିପୂରଣ ଦେବାକୁ ଚେଷ୍ଟା କରନ୍ତି ଯାହା ଦ୍ୱାରା ଡାକ୍ତରଙ୍କ ଭିତରେ ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇବା ପାଇଁ ଭୟ ରହିବ ।

ଆଇନ କଣ କହୁଛି?

ଚିକିତ୍ସାରେ ଅବହେଳା ନେଇ ଯଦି ଆପଣ କୌଣସି ଡାକ୍ତରଙ୍କ ବିରୋଧରେ କ୍ରିମିନାଲ କେସ କରନ୍ତି ତେବେ ଭାରତୀୟ ଦଣ୍ଡ ସଂହିତା ଅର୍ଥାତ୍ ଆଇପିସିର ଧାରା ୩୦୪-ଏ,୩୩୭ ଏବଂ ୩୩୮ ଅନୁସାରେ ବ୍ୟବସ୍ଥା କରାଯାଇଛି । ଏହି ଧାରାଗୁଡିକ ଅନୁଯାୟୀ ଉକ୍ତ ଡାକ୍ତରଙ୍କୁ ୬ ମାସରୁ ୨ ବର୍ଷ କାଳ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

ଚିକିତ୍ସା କରିବା ହେଲା ପ୍ରତ୍ୟେକ ଡାକ୍ତରଙ୍କର ଲିଗାଲ ଡ୍ୟୁଟି । ଯେଉଁଥିରେ ସେମାନେ ଅତ୍ୟନ୍ତ ସତର୍କତାର ସହିତ ରୋଗୀଙ୍କର ଚିକିତ୍ସା କରିବା ଉଚିତ । ଯଦି କୌଣସି ଡାକ୍ତର ନି କର୍ତ୍ତବ୍ୟରେ ଅବହେଳା କରନ୍ତି ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ ଉଭୟ କ୍ରିମିନାଲ ଏବଂ ସିଭିଲି କେସ୍ ଆଧାରରେ ମାମଲା ଦାୟର କରାଯିବ । ଅର୍ଥାତ୍ ଚିକିତ୍ସା ଅବହେଳା ଅଭିଯୋଗ ଆସିଥିବା ଡାକ୍ତରଙ୍କ ବିରୋଧରେ ଅପରାଧିକ ମାମଲା ଆଧାରରେ ଦଣ୍ଡାଦେଶ ହୋଇପାରେ ।

ସେହିଭଳି ଯଦି ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ରୋଗୀର ମୃତ୍ୟୁ ହୋଇଯାଏ ତେବେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୪-ଏ ଆଧାରରେ ମାମଲା ରୁଜୁ କରାଯାଇପାରିବ । ଯଦି କୋର୍ଟ ପକ୍ଷରୁ କୌଣସି ଡାକ୍ତର ଚିକିତ୍ସାରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦୁଇ ବର୍ଷ କାଳ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ସହ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡିପାରେ ।

ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣୀ କରି ରାୟ ଶୁଣାଇଛନ୍ତି କି, ସମସ୍ତଙ୍କୁ ଚିକିତ୍ସା ମିଳିବାର ଅଧିକାର ଦିଆଯାଇଛି । ଯାହାକି ମୌଳିକ ଅଧିକାର ଅଟେ । ଚିକିତ୍ସା ପାଇବାର ଅଧିକାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ର ଧାରା ପରିସରରେ ଆସିଥାଏ । ସରକାରୀ ମେଡିକାଲ, ନର୍ସିହୋମ ଏବଂ ପୋଲି-କ୍ଲିନିକ୍ ସମସ୍ତଙ୍କୁ ରୋଗୀଙ୍କୁ ଭଲ ଚିକିତ୍ସା ଉପଲବ୍ଧ କରାଇବାର ଦାୟିତ୍ୱ ରହିଛି । ଆପଣଙ୍କୁ ଠୋରେ ଆମେ କହି ରଖୁଛୁ କି, ମୌଳିକ ଅଧିକାରର ହନନ କରି କୌଣସି ବି ବ୍ୟକ୍ତି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୨୬ ଆଧାରରେ ସିଧା ହାଇକୋର୍ଟ କିମ୍ବା ଅନୁଚ୍ଛେଦ ୩୨ ଆଧାରରେ ସିଧା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe