ଆଜି କରୋନା ଟିକା ନେବେ ସୁପ୍ରିମକୋର୍ଟର ବିଚାରପତି : କେବଳ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଛାଡ଼ି ୨୯ଟି ବିଚାରପତିଙ୍କ ବୟସ ୬୦ ବର୍ଷରୁ ଅଧିକ

79

କନକ ବ୍ୟୁରୋ : କରୋନା ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି । ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାର ଦିନକ ପରେ ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସୁପ୍ରିମକୋର୍ଟର ପୁର୍ବତନ ବିଚାରପତିଙ୍କୁ ମଧ୍ୟ ଟିକା ଦିଆଯିବ ।

ମିଳିଥିବା ସୂଚନା ଅନୁସାରେ କେବଳ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଛାଡି ସୁପ୍ରିମକୋର୍ଟରେ ବର୍ତମାନ କାର୍ଯ୍ୟରତ ୨୯ଜଣ ବିଚାରପତିଙ୍କ ବୟସ ୬୦ ବର୍ଷରୁ ଅଧିକ । ଏପରିକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ବୟସ ୬୪ ବର୍ଷ । କରୋନା କାଳରେ କୋର୍ଟରୁମରେ ଶୁଣାଣି ବନ୍ଦ ରହିଥିଲା ଏବଂ ଭର୍ଚୁଆଲ ଶୁଣାଣି ଚାଲିଥିଲା । ହେଲେ କରୋନା ସଂକ୍ରମଣ କମିଥିବାରୁ ଏବେ ପୁଣିଥରେ କୋର୍ଟରୁମ ଶୁଣାଣି ଆରମ୍ଭ କରିବାକୁ ଚାହୁଁଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ସମସ୍ତ ବିଚାରପତିଙ୍କ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।