ନିର୍ବାଚନ ବଣ୍ଡକୁ ଅସିଦ୍ଧ ଘୋଷଣା କଲେ ସୁୁପ୍ରିମକୋର୍ଟ । ପ୍ରଭାବିତ ହେବ କି ସାଧାରଣ ନିର୍ବାଚନ?

ନିର୍ବାଚନ ବଣ୍ଡକୁ ଅସିଦ୍ଧ ଘୋଷଣା କଲେ ସୁୁପ୍ରିମକୋର୍ଟ । ପ୍ରଭାବିତ ହେବ କି ସାଧାରଣ ନିର୍ବାଚନ?

କନକ ବ୍ୟୁରୋ : ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହାପୂର୍ବରୁ ନିର୍ବାଚନୀ ବଣ୍ଡ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ତେଣୁ ସାଧାରଣରେ ଏବେ ଚର୍ଚ୍ଚା ଯେ ଏହା କେତେ ମାତ୍ରାରେ ନିର୍ବାଚନକୁ ପ୍ରଭାବିତ କରିବ । କାରଣ ନିର୍ବାଚନ ବେଳେ ଦଳ ଏବଂ ରାଜନେତା ଯେଉଁ ଖର୍ଚ୍ଚ କରନ୍ତି ତାହା ଦଳୀୟ ପାଣ୍ଠିରୁ ଖର୍ଚ୍ଚ ହୁଏ । ଯାହାକୁ ବିଭିନ୍ନ ଲୋକ ଏବଂ କଂପାନୀ ନିର୍ବାଚନୀ ବଣ୍ଡ ଜରିଆରେ ପ୍ରଦାନ କରିଥାନ୍ତି ।

ଏବେ ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲାଗିଥିବାରୁ ଦଳୀୟ ପାଣ୍ଠିକୁ ଟଙ୍କା ଆସିପାରିବ ନାହିଁ । ତେଣୁ ନିର୍ବାଚନରେ ଏହା ପ୍ରଭାବ ପକାଇବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନରେ ମୋଟ୍ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକି ଦେଶର ସବୁଠୁ ବ୍ୟୟବହୁଳ ନିର୍ବାଚନ ବୋଲି କୁହାଯାଏ । ୨୦୧୭ରେ କେନ୍ଦ୍ର ସରକାର ଏହି ନିର୍ବାଚନୀ ବଣ୍ଡ ଆଣିଥିଲେ । ୨୦୧୭ ପୂର୍ବରୁ ଯେଉଁ ନିୟମ ଥିଲା ସେଥିରେ ରାଜନୈତିକ ଦଳକୁ କଂପାନୀ ମାନେ ମୋଟ୍ ଲାଭର ୭.୫ ପ୍ରତିଶତ ଅଂଶ ପ୍ରଦାନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe