ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ । ସଙ୍ଗରୋଧରେ ରହିଲେ ବିଚାରପତି ।

ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ । ସଙ୍ଗରୋଧରେ ରହିଲେ ବିଚାରପତି ।

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ କାମ କରୁଥିବା ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଯଦିଓ ବିଚାରପତି ସୁସ୍ଥ ଅଛନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ, ବିଚାରପତିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଖଣ୍ଡପୀଠ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ କୌଣସି ଶୁଣାଣି କରିବ ନାହିଁ ।

କୋଭିଡ-୧୯ ସଙ୍କଟ ସମ୍ପର୍କରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରୁଛି। ଆସନ୍ତାକାଲି ମଧ୍ୟ ଏହି ଶୁଣାଣି ହେବାର ଥିଲା। କିନ୍ତୁ ଜଷ୍ଟିସ ଚନ୍ଦ୍ରଚୂଡ଼ କରୋନା ଆକ୍ରାନ୍ତ ହେବା ପରେ ବିଚାରପତିଙ୍କ ଅନୁପସ୍ଥିତିରେ ଶୁଣାଣି ଅନ୍ୟ ତାରିଖ ପାଇଁ ସ୍ଥଗିତ ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ଏବେ ଏହାକୁ ସମ୍ଭାଳିବା ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ । ଅମ୍ଳଜାନ ଯୋଗାଣଠାରୁ ଆରମ୍ଭ କରି କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ସୁପ୍ରିମକୋର୍ଟ ନଜର ରଖିବା ସହ କେନ୍ଦ୍ର ସରକାରଙ୍କୁ ଅଭାବ ପୂରଣ ପାଇଁ ନିର୍ଦେଶ ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe