କାଶ୍ମୀରକୁ ନେଇ କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ : ୭ ଦିନ ଭିତରେ ୧୪୪ ଧାରାର ସମୀକ୍ଷା କରିବାକୁ ନିର୍ଦ୍ଦେଶ , ଇ-ବ୍ୟାଙ୍କିଂ,ବ୍ୟବସାୟୀକ ସେବା ଏବଂ ଇଣ୍ଟରନେଟ୍ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ।

290

ଜମ୍ମୁ-କାଶ୍ମୀରରେ ଗତ କିଛି ଦିନ ଧରି ବିଭିନ୍ନ କ୍ଷେତ୍ରରେ ରୋକ ଲଗାଯାଉଛି । ଯେଉଁଥିରେ ପ୍ରମୁଖ ହେଉଛି ଇଣ୍ଟରନେଟ୍ ସେବା ଠପ୍ ହେବା । ତେବେ ଏନେଇ ଶୁକ୍ରବାର ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣୀ କରାଯାଇଛି । ଇଣ୍ଟରନେଟ୍ ସେବାରେ ରୋକ ଲଗାଇବା ଏବଂ ୧୪୪ ଧାରାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିବା ସହ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ସରକାରଙ୍କ ଦ୍ୱାରା ଲଗାଯାଇଥିବା ରୋକ୍ ର ରିଭ୍ୟୁ ଦେଖିବ । ଏତଦ୍ ବ୍ୟତୀତ ରାଜ୍ୟ ପ୍ରଶାସନ ୭ ଦିନ ଭିତରେ ସବୁ ନିଷ୍ପତ୍ତିକୁ ସାର୍ବଜନୀନ କରିବା ପାଇଁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

୧ . ଜମ୍ମୁ-କାଶ୍ମୀରକୁ ନେଇ ସୁପ୍ରିମକୋର୍ଟଙ୍କ ୫ ବଡ଼ ନିଷ୍ପତ୍ତି

ସାଧାରଣ ଲୋକେ ବ୍ୟାଙ୍କ ସହ ଜଡିତ ଥିବା ସବୁ କାମକୁ ଯେଭଳି କରିପାରିବେ ସେଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଜମ୍ମୁ-କାଶ୍ମୀର ରାଜ୍ୟ ପ୍ରଶାସନକୁ ତୁରନ୍ତ ଇ-ବ୍ୟାଙ୍କିଂ ସେବା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ଲୋକଙ୍କ ବ୍ୟବସାୟ ଉପରେ ଯେଭଳି ପ୍ରଭାବ ନ ପଡିବ ତେଣୁ ବ୍ୟବସାୟୀକ ସେବା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

୨ . ଇଣ୍ଟରନେଟ୍ ସେବା ଠପ୍ ହେବାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି । ଆଜିର ସମୟରେ ଇଣ୍ଟରନେଟ୍ ଜଣେ ବ୍ୟକ୍ତିଙ୍କ ସ୍ୱାଧୀନତ୍ୱର ଅଂଶ ଅଟେ । ଏଭଳି ସ୍ଥିତିରେ ତୁଚ୍ଛାରେ ଇଣ୍ଟରନେଟ୍ ସେବାରେ ରୋକ ଲଗାଇବାକୁ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି , ଯଦି ଏ ଉପରେ ରୋକ ଲଗାଉଛ ତେବେ ଆର୍ଟିକଲ୍ ୧୯ ଭିତରେ ଆସୁଥିବା ସବୁ ନିୟମର ପାଳନ ହେବା ଆବଶ୍ୟକ ।

୩ . ଧାରା ୧୪୪ କୁ ଅଧିକ ସମୟ ଧରି ଲାଗୁ କରାଯାଇପାରିବ ନାହିଁ । ଅଧିକ ସମୟ ଧରି ଏଭଳି ୧୪୪ ଧାରା ଲାଗୁ କରିବା ଶାସନର ଦୂରୁପଯୋଗ କରିବା ସହ ସମାନ । ଏନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କୌଣସି ଦିଗରୁ ସଠିକ୍ ନୁହଁ ।

୪ . କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ଅସନ୍ତୋଷ ପ୍ରକାଶ କରି ଏକ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ସବୁ ନିଷ୍ପତ୍ତିକୁ ସାର୍ବଜନୀନ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏହି କମିଟି ସରକାରଙ୍କ ନିଷ୍ପତ୍ତିର ରିଭ୍ୟୁ ନେବା ସହ ରିପୋର୍ଟ ଦେବ ।

୫ . ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ , ଭବିଷ୍ୟତରେ ଯେଉଁଠି ବି ଧାରା ୧୪୪ ଲାଗିଲେ , ଏହାର ୭ ଦିନ ଭିତରେ ତାହାର ରିଭ୍ୟୁ ନିହାତି ଆସିବା ଦରକାର । ଏହାସହ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ହେଲେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ ।