କନକ ବ୍ୟୁରୋ: ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମ ବିରୋଧୀ ବୟାନ ଦେଇଥିବା ପାଇଁ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Advertisment

ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ ନୁହେଁ ବରଂ ଏହାକୁ ମୂଳପୋଛ କରାଯିବ ଉଚିତ୍ ବୋଲି କହିଥିଲେ ଉଦୟନାଥ । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ ବୋଲି ସେ କହିଥିଲେ ।