ଜାମିନ୍ ସତ୍ୱେ ମୁକୁଳିପାରୁନଥିବା କଏଦୀଙ୍କ ପାଇଁ ସୁପ୍ରମିକୋର୍ଟଙ୍କ ୭ ସୁତ୍ରୀ ନିର୍ଦ୍ଦେଶ : ରାଷ୍ଟ୍ରପତିଙ୍କ ଉଦବେଗକୁ ସମ୍ମାନ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

139

କନକ ବ୍ୟୁରୋ : ଜାମିନ୍ ସତ୍ୱେ ମୁକୁଳିପାରୁନଥିବା କଏଦୀଙ୍କ ପାଇଁ ସୁପ୍ରମିକୋର୍ଟଙ୍କ ୭ ସୁତ୍ରୀ ନିର୍ଦ୍ଦେଶ । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କୋର୍ଟ ଯେତେବେଳେ ଜଣେ ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କୁ ଜାମିନ୍ ପ୍ରଦାନ କରିବେ ସେହି ଦିନ କିମ୍ବାର ତା ପରଦିନ କଏଦୀଙ୍କ ଇ-ମେଲକୁ ଜାମିନ୍ ଆଦେଶର ସଫ୍ଟ କପି ପଠାଯିବ । ଏଥିରେ ଜେଲ ଅଧିକ୍ଷଣ ଜାମିନ୍ ପ୍ରଦାନର ତାରିଖ ଉଲ୍ଲେଖ କରିବେ । ବେଲ୍ ମିଳିବାର ସପ୍ତାହେ ମଧ୍ୟରେ ଖଲାସ କରାନଗଲେ ଡି.ଏଲ୍.ଏସ୍.ଏ ସଚିବଙ୍କୁ ସୂଚନା ଦେବେ ଜେଲ ଅଧୀକ୍ଷକ ।

କଏଦୀଙ୍କ ସହ କଥା ହେବା ପାଇଁ ସେ ପାରା ଲିଗାଲ ସ୍ୱେଚ୍ଛାସେବୀ କିମ୍ବା ଜେଲ ଭିଜିଟିଂ ଆଡଭୋକେଟଙ୍କୁ ନିଯୁକ୍ତ କରିପାରିବେ । କଏଦୀଙ୍କ ମୁକ୍ତି ପାଇଁ ଯଥା ସମ୍ଭବ ଚେଷ୍ଟା କରାଯିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏନ୍ଆଇସି ଦ୍ୱାରା ଇ-ସଫ୍ଟୱେୟାରର ବିକାଶ କରାଯିବ । ଗତ ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ଜାମିନ୍ ପାଇଥିଲେ ମଧ୍ୟ ଜେଲରୁ ବହୁ ସଂଖ୍ୟାରେ କଏଦୀ ମୁକ୍ତ ହୋଇପାରୁନାହାନ୍ତି । ଓଡ଼ିଶା ଓ ଝାଡଖଣ୍ଡର ଗରିବ ଆଦିବାସୀଙ୍କ ସେ ଉଦାହରଣ ଦେଇଥିଲେ । ଅର୍ଥ ଅଭାବରୁ ସେମାନେ ଜାମିନ୍ ମୁକୁଳିପାରୁନଥିବା କହିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଉଦବେଗକୁ ସମ୍ମାନ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।