କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତରଫରୁ ଦେଶରେ ମୁସଲମାନଙ୍କ ବିରୋଧରେ ଗୋରକ୍ଷକମାନେ କରୁଥିବା ହିଂସା ଓ ଭିଡ ହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ୬ଟି ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ତରଫରୁ ଏକ ଜନହିତ ଆବେଦନ ଉପରେ ଶୁଣାଣି କରି ଏହି ନୋଟିସ ପଠାଇଛନ୍ତି । ମାମଲାରେ ଗତ ୬ମାସ ମଧ୍ୟରେ ଆସିଥିବା ଏଭଳି ମାମଲାରେ କ୍ଷତିପୂରଣ ଦାବି କରାଯାଇଛି ।

Advertisment

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଜଡିତ ସଂଗଠନ ନ୍ୟାସନାଲ ଫେଡରେସନ ଅଫ୍ ଇଣ୍ଡିଆନ ୱିମେନ ତରଫରୁ ଦାଖଲ ହୋଇଥିବା ଏହି ଆବେଦନ ଉପରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ଆବେଦନ ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ ଜେବି ପାରଦବାଲାଙ୍କ ପୀଠରେ ଶୁଣାଣି ହୋଇଥିଲା । ଆବେଦନରେ ତହସୀନ ପୁନାୱାଲା ମାମଲାରେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଉଲଙ୍ଘନ କରିଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହାସହ କୋର୍ଟଙ୍କ ତରଫରୁ ସମସ୍ତ ରାଜ୍ୟକୁ ୨୦୧୮ରେ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି ।

ଆବେଦନ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କ ସମେତ ୬ଟି ରାଜ୍ୟ ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା ଓ ମହାରାଷ୍ଟ୍ରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ବରିଷ୍ଠ ଓକିଲ କପିଲ ସିବ୍ୱଲ କହିଛନ୍ତି କି ଆମେ ନୋଟିସ ଜାରି କରୁବୁ, ଭିଡ ହିଂସାରେ ପୁରୁଷଙ୍କୁ ହତ୍ୟା କରିବା ପରେ ସେମାନଙ୍କ ପରିବାରକୁ ନେଇ ମହିଳା ସଂଗଠନ ପ୍ରଶ୍ନ ଉଠାଇଛି । ଏହାସହ ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି କି ଏହି ମାମଲାକୁ ହାଇକୋର୍ଟକୁ ନପଠାଇବାକୁ ।