ଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ।

ଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ।

କନକ ବ୍ୟୁରୋ: ଘୃଣାଭାଷଣ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଯେତେବେଳେ ନେତା ରାଜନୀତିରେ ଧର୍ମର ବ୍ୟବହାର ବନ୍ଦ କରିବେ ସେତେବେଳେ ଘୃଣା ଭାଷଣ ବନ୍ଦ ହୋଇଯିବ । ଯେଉଁ ସମୟରେ ରାଜନୀତି ଓ ଧର୍ମ ଅଲଗା ହେବ ଘୃଣାଭାଷଣର ପରିସମାପ୍ତି ଘଟିବ । ସାଂପ୍ରଦାୟିକ ସଦଭାବ କାଏମ ରଖିବାକୁ ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ । କେତେକ ବ୍ୟକ୍ତି ଲଗାତାର ଘୃଣା ଭାଷଣ ଦେଇଚାଲିଛନ୍ତି । ଘୃଣାଭାଷଣ ରୋକିବା ଦିଗରେ ରାଜ୍ୟମାନେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍କ୍ରିୟତା ଦେଖାଉଛନ୍ତି ।

ଶୁଣାଣିବେଳେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ଭାରତର ନାଗରିକ କୌଣସି ସମ୍ପ୍ରଦାୟକୁ ଅପମାନିତ ନକରିବା ପାଇଁ କାହିଁକି ସଂକଳ୍ପ ନେଇପାରିବ ନାହିଁ । ଘୃଣା ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ ଏଫଆଇଆର ଅନେକ କ୍ଷେତ୍ରରେ ହୋଇପାରୁନାହିଁ । ଏଥିପାଇଁ ବିଭିନ୍ନ ରାଜ୍ୟ ପ୍ରାଧିକରଣ ବିରୋଧରେ ଅବମାନନା ମାମଲା ଉପରେ ଶୁଣାଣି କରି ଖଣ୍ଡପୀଠ ଏଭଳି ଟିପ୍ପଣୀ ଦେଇଛନ୍ତି । ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୨୮ ତାରିଖରେ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe