ସମଲିଙ୍ଗୀ ବିବାହ ସପକ୍ଷରେ ସୁପ୍ରିମକୋର୍ଟ! ‘ଯୌନଗତ ଇଛା ପାଇଁ ପାତର ଅନ୍ତର ଅନୁଚିତ୍’

ସମଲିଙ୍ଗୀ ବିବାହ ସପକ୍ଷରେ ସୁପ୍ରିମକୋର୍ଟ! ‘ଯୌନଗତ ଇଛା ପାଇଁ ପାତର ଅନ୍ତର ଅନୁଚିତ୍’

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା । ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଲଗାତର ତିନି ଦିନ ହେଲା ସୁପ୍ରିମକୋର୍ଟରେ ଏହି ମାମଲାର ବିଚାର ଜାରି ରହିଛି । ଯଦିଓ କେନ୍ଦ୍ର ସରକାର ଏହା ସପକ୍ଷରେ ନାହାଁନ୍ତି କିନ୍ତୁ ଏହା ସପକ୍ଷରେ ଯୁକ୍ତି ବାଢିଛନ୍ତି ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ।

ସୁପ୍ରିମକୋର୍ଟ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ଯୌନଗତ ଇଛା ପାଇଁ ତାଙ୍କ ସହ ପାତରଅନ୍ତର କରାଯାଇପାରିବ ନାହିଁ । ସମଲିଙ୍ଗୀ ବିବାହ କେବଳ ଶାରୀରିକ ସମ୍ପର୍କ ନୁହେଁ, ଏଥିରେ ଆବେଗର ସମ୍ପର୍କ ଅଛି । ସମଲିଙ୍ଗୀ ବିବାହ ପାଇଁ ବିବାହର ପ୍ରକୃତ ଅର୍ଥକୁ ବୁଝିବାକୁ ପଡିବ । ବିବାହ ପାଇଁ କେବଳ ପୁରୁଷ ବା ସ୍ତ୍ରୀ ହେବା ଜରୁରୀ କି ? ଧାରା ୩୭୭ ଉଚ୍ଛେଦ ପରେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚିନ୍ତାଧାରା ବଦଳିଛି ।

ଏହି ମାମଲା ଶୁଣାଣି ବେଳେ ମୁହାଁମୁହିଁ ପରିସ୍ଥତିକୁ ଆସିଛନ୍ତି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରହତୋଗୀ ଯୁକ୍ତି ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାର କହିଛନ୍ତି. ଭାରତୀୟ ପରିବାର ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କୁ ନେଇ ଗଠିତ, ସମଲିଙ୍ଗୀ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । କୌଣସି ନିଷ୍ପତି ନେବା ପୂର୍ବରୁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ମତାମତ ଆବଶ୍ୟକ। ସୁପ୍ରମିକୋର୍ଟ କହିଛନ୍ତି, ଆପଣଙ୍କ ଅନୁସାରେ ମାମଲାକୁ ବିସ୍ତୃତ କରାନଯାଉ,ଏହାଦ୍ୱାରା ସମସ୍ୟା ବଢିବ।  ଆବେଦକାରୀ ଓକିଲ କହିଛନ୍ତି, ସମଲିଙ୍ଗୀ ସମ୍ପର୍କକୁ ସହରର ଉଚ୍ଚଶ୍ରେଣୀର ମତ କହିବା ଅନ୍ୟାୟ । ତେବେ ସର୍ବୋଚ୍ଚ କୋଟ କ’ଣ ରାୟ ଶୁଣାଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe