ସୋମବାର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ଜଷ୍ଟିସ୍ ଏସ.ଏ.ବୋଦେ ଏବଂ ଜଷ୍ଟିସ୍ ଅବଦୁଲ ନଜିରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଶୁଣାଣି କାଳରେ ପୁରୀ ହିଂସାକାଣ୍ଡ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିଥିବା ବେଳେ ଆମିକସ୍ କ୍ୟୁରି ତାଙ୍କ ରିପୋର୍ଟରେ ହିଂସା ସୃଷ୍ଟିକାରୀଙ୍କଠାରୁ ୪୫ ଲକ୍ଷ ଟଙ୍କା କ୍ଷତିଭରଣା କରିବାକୁ ଆବେଦନ କରିଛନ୍ତି। ଶୁଣାଣି ସମୟରେ ୯ ଇଣ୍ଟରଭେନର୍ ତାଙ୍କର ପକ୍ଷ ରଖିବାକୁ ତାଲିକାଭୁକ୍ତ ହୋଇଛନ୍ତି।
କିନ୍ତୁ ସେମାନେ ଜବାବ୍ ଦେବାକୁ ସକ୍ଷମ ହେବେ ନାହିଁ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ପୁରୀ ଶଙ୍କରାଚାର୍ୟ୍ୟ, ଇଣ୍ଡିକ୍ କଲେକ୍ଟିଭ୍ ଟ୍ରଷ୍ଟ, ହିନ୍ଦୁ ଧର୍ମାଚାର୍ୟ୍ୟ ସଭା ଟ୍ରଷ୍ଟ ଓ ଗୌରଶଙ୍କର ସିଂହାରୀଙ୍କ ଆବେଦନ ତାଲିକାଭୁକ୍ତ ହୋଇନଥିବା ଜଣାପଡ଼ିଛି। ଆସନ୍ତାକାଲି ଇଣ୍ଟରଭେନର୍ ହୋଇଥିବା ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ, ଇଣ୍ଟର କଣ୍ଟିନେଣ୍ଟାଲ୍ ଆସୋସିଏସନ୍ ଅଫ୍ ଲୟର୍ସ, ଭିତର ସେବାୟତ ନିଯୋଗ, ସୁଆରବଡ଼ୁ ଓ ପତ୍ରୀବଡ଼ୁ ନିଯୋଗ, ସୁଆରମହାସୁଆର ନିଯୋଗ, ଖୁଣ୍ଟିଆ ନିଯୋଗ, ଚୂନରା ଗରୁଡ଼ ସେବକ ନିଯୋଗ, ମେକାପ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ଜବାବ୍ ଦାଖଲ କରାଯିବ। ହେଲେ ଏହି ସବୁ ନିଯୋଗ ଏ ପର୍ୟ୍ୟନ୍ତ ଜବାବ୍ ପ୍ରସ୍ତୁତ କରିପାରିନାହାନ୍ତି। ତେବେ ଆସନ୍ତାକାଲି ଶୁଣାଣିରୁ କିଛି ନିର୍ଣ୍ଣାୟକ ନିଷ୍ପତ୍ତି ମିଳିପାରେ ବୋଲି ଆଶା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Capture-2.png)
/kanak/media/post_attachments/wp-content/uploads/2019/04/PURI-JAGANNATH-TEMPLE-e1531386080812-300x225.jpg)